ସୁନ୍ଦରଗଡ଼ : ସୁନ୍ଦରଗଡ଼ ତଳସରା ଥାନା ସବଡେଗାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକକୁ ଧକ୍କା ଦେଇ ଘୋଷାଡ଼ି ନେଇ ନାଳରେ ଖସିପଡ଼ିଲା ବୋଲେରୋ । ଦୁର୍ଘଟଣାରେ ବାଇକରେ ଥିବା ବାପ, ପୁଅ ଓ ସମ୍ପର୍କୀୟ ନାତିଙ୍କ ମୃତ୍ୟୁ ହୋଇଛି । ତଳସରା ଥାନା ସବଡେଗା ପେଟ୍ରୋଲ ପମ୍ପ ସମ୍ମୁଖରେ ରାତିରେ ଘଟିଛି ଦୁର୍ଘଟଣା । ମୃତକମାନେ ହେଲେ କୁକୁରିଡିହିର ଲିଙ୍ଗେଶ୍ୱର ଲାରଙ୍ଗ, ତାଙ୍କ ପୁଅ ସମୀର ଓ ସମ୍ପର୍କୀୟ ନାତି । ବୋଲେରୋ ଧକ୍କାରେ ତିନି ଜଣ ଗୁରୁତରଙ୍କୁ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସମସ୍ତଙ୍କ ମୃତ୍ୟୁ ହୋଇଛି ।
ବୋଲେରୋ ଗାଡ଼ି ଧକ୍କା ଦେବା ପରେ ନାଳକୁ ଖସିପଡ଼ିଥିଲା । ରାସ୍ତାରେ ଥିବା ପେଟ୍ରୋଲ ପମ୍ପରୁ ତେଲ ପକାଇ ଆସୁଥିବା ବେଳେ ବୋଲେରୋ ଗାଡ଼ି ଧକ୍କା ଦେଇ ଘୋଷାଡ଼ି ନେଇଥିଲା । ଘଟଣାରେ ତଳସରା ପୁଲିସ ମାମଲା ରୁଜୁ କରି ଗାଡ଼ି ଜବତ କରିଛି ।
