Paradip accident

ଡ୍ରେନକୁ ଓଲଟି ପଡ଼ିଲା କାର୍, ଦମ୍ପତି ମୃତ

ରାଜ୍ୟ

ପାରାଦୀପ : ଡ୍ରେନରେ ପଶିଗଲା କାର୍, ଦମ୍ପତି ମୃତ । ଅଣନିଶ୍ବାସୀ ହୋଇ ଚାଲିଗଲା ଦୁଇ ଜଣଙ୍କ ଜୀବନ। ମୃତକ ହେଲେ ପାରାଦୀପ ମେରାଇନ ବିଭାଗର ଅବସରପ୍ରାପ୍ତ ବିଭୁତି ଦାସ ଏବଂ ତାଙ୍କ ପତ୍ନୀ ପ୍ରତିମା ଦାସ। ଚଣ୍ଡିଖୋଲ-ପାରାଦୀପ ରାସ୍ତା ପାରାଦୀପଗଡ ବିଜୁ ପଟ୍ଟନାୟକ ମାର୍କେଟ କମ୍ପ୍ଲେକ୍ସ ନିକଟରେ ଦୁର୍ଘଟଣା ଘଟିଛି ।

ଗତକାଲି ବିଭୂତି ଏବଂ ତାଙ୍କ ପତ୍ନୀ କାରରେ ପାରାଦୀପ ଗଡ଼ରେ ଥିବା ତାଙ୍କ ସଡୁଙ୍କ ଘରକୁ ବୁଲିବାକୁ ଯାଇଥିଲେ। ବିଳମ୍ବିତ ରାତିରେ ଫେରୁଥିବା ସମୟରେ ମୁଖ୍ୟ ରାସ୍ତା ଉପରକୁ ଉଠୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଡ୍ରେନକୁ ଓଲଟି ପଡ଼ିଥିଲା କାର। କାରଟି ପାଣି ଭିତରେ ବୁଡ଼ିରହିଥିବା ବେଳେ ସ୍ୱାମୀ, ସ୍ତ୍ରୀ ବାହାରକୁ ବାହାରି ପାରିନଥିଲେ। । ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ଏବଂ ଲକ୍ ଥାନା ପୋଲିସ ପହଞ୍ଚି ଦୁଇ ଜଣଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଅଠରବାଙ୍କି ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ରହିଛି ।