Dead body 300x173

ବନ୍ୟା ପାଣିରେ ବୁଡି ଦୁଇ ଜଣଙ୍କର ମୃତ୍ୟୁ

ରାଜ୍ୟ

ବାରିପଦା : ମୟୁରଭଞ୍ଜ ଜିଲ୍ଲା ରେ ଭାରି ବର୍ଷା ଯୋଗୁଁ ବିଭିନ୍ନ ନଦୀ ରେ ବନ୍ୟା ଜଳ ଆସିଅଛି l ଫଳରେ ବନ୍ୟା ପାଣିରେ ବୁଡି ଜିଲ୍ଲାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଅଛି l ବଡ଼ସାହି ବ୍ଲକ ଅଞ୍ଚଳରେ ଜଣେ ଯୁବକ ମାଛ ଧରିବାକୁ ନିକଟସ୍ଥ ବନ୍ଧ କୁ ଯାଇଥିବା ସମୟରେ ଅସାବଧାନତା ଯୋଗୁଁ ବନ୍ଧପାଣିରେ  ଭାସି ମୃତ୍ୟୁ ବରଣ କରିଛନ୍ତି l

ସେହିପରି ଶୁଳିଆପଦା ଥାନା ଅନ୍ତର୍ଗତ ଢେଙ୍କାନାଞ୍ଜିଆ ଗ୍ରାମର ଆମ୍ବଯୋଡି ନାଳରୁ ଏକ ଅଚିହ୍ନା ଲୋକର ଶବ କୁ ଉଦ୍ଧାର କରାଯାଇଅଛି l ଅନ୍ୟପଟେ ରସଗୋବିନ୍ଦପୁର ବ୍ଲକ ର ସାନନଦୀ ର ପୋଲ ଉପରେ ଏକ ପିକଅପ ଭ୍ୟାନ ପାର ହେଉଥିବା ସମୟରେ ହଟାତ ବନ୍ୟା ପାଣି ଆସିଯିବା ଫଳରେ ପିକଅପ ଭ୍ୟାନ ଟି ପୋଲ ଉପରେ ଅଟକି ଯାଇଥିଲା l ଡ୍ରାଇଭର ଏବଂ ହେଲପର କୁ ସ୍ଥାନୀୟ ଅଗ୍ନିଶ୍ରମ ବାହିନୀ ଆସି ଉଦ୍ଧାର କରିଥିଲେ l