ବାରିପଦା : ଓଡିଶା କବାଡି ଏସୋସିଏସନ ଆନୁକୂଲ୍ୟରେ ଆୟୋଜିତ ୫୨ତମ କନିଷ୍ଠ ରାଜ୍ୟସ୍ତରୀୟ କବାଡି ଚମ୍ପିୟାନସିପ ପାଇଁ ମୟୁରଭଞ୍ଜ ଦଳର ଉଭୟ ପୁରୁଷ ଓ ମହିଳା ଦଳ ଚୟନ ଚଳିତ ମାସ ୧୧ ତାରିଖରେ ଅନୁଷ୍ଠିତ ହେବ ବୋଲି ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଜଣାଇଛନ୍ତି I ଇଛୁକ ଖେଳାଳି ମାନେ ଡିଜିଟାଲ ଜନ୍ମ ପ୍ରମାଣପତ୍ର, ଆଧାର କାର୍ଡ ସହ ବାରିପଦା ଷ୍ଟାଡିୟମ ଅଫିସରେ ଉକ୍ତ ଦିନ ନାମ ପଞ୍ଜିକରଣ କରିପାରିବେ I
୦୨/୧୧/୨୦୦୬ ପରେ ଜନ୍ମଗ୍ରହଣ କରିଥିବା ଖେଳାଳି ଏହି ଚମ୍ପିୟାନସିପରେ ଅଂଶଗ୍ରହଣ କରିପାରିବେ ଏବଂ ପୁରୁଷ ବର୍ଗର ଖେଳାଳିଙ୍କ ଓଜନ ୭୫ କିଗ୍ରା ଓ ମହିଳା ବର୍ଗର ଖେଳାଳି ୬୫ କିଗ୍ରାରୁ କମ ହୋଇଥିବା ଆବଶ୍ୟକ ବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି I
