IMG 20260725 WA0259

ଷ୍ଟେଟ ବ୍ୟାଙ୍କ ପେନସନଧାରୀଙ୍କ ସମସ୍ୟା ନେଇ ଆଲୋଚନା 

ରାଜ୍ୟ
ବାରିପଦା : ସ୍ଥାନୀୟ ତକତପୁର ସ୍ଥିତ ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ ବାଣିଜ୍ୟ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଷ୍ଟେଟ ବ୍ୟାଙ୍କ ପେନସନଧାରୀଙ୍କ ସମସ୍ୟା ଓ ତା’ର ସମାଧାନ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି I ବ୍ୟାଙ୍କର ମୁଖ୍ୟ ପରିଚାଳକ ସମୀର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଷ୍ଟେଟ ବ୍ୟାଙ୍କ ପେନସନଧାରୀ ସଙ୍ଘ, ଓଡିଶା ଶାଖାର ଆଞ୍ଚଳିକ ସମ୍ପାଦକ ଅଶୋକ ପଟ୍ଟନାୟକ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ବାରିପଦା ମୁଖ୍ୟ ଶାଖାରେ ପେନସନଧାରୀଙ୍କ ପାଇଁ ଚିକିତ୍ସାଳୟ ଖୋଲିବା ସହ ସପ୍ତାହକୁ ଦୁଇଦିନ ବିଭିନ୍ନ ରୋଗର ପରୀକ୍ଷାନିରୀକ୍ଷା କରାଯାଇ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ପ୍ରସ୍ତାବ ରଖିଥିଲେ I
ଦାବୀ ଗୁଡିକ ଅତି ଶୀଘ୍ର ବିଚାରକୁ ନେଇ ପଦକ୍ଷେପ ନିଆଯିବ ବୋଲି ବ୍ୟାଙ୍କ କତୃପକ୍ଷ ପ୍ରକାଶ କରିଥିଲେ I ମାନବ ସମ୍ବଳ ପରିଚାଳକ ସଞ୍ଜୟ କୁମାର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଚନ୍ଦ୍ରମୋହନ ମୁର୍ମୁ ଧନ୍ୟବାଦ ଅର୍ପଣ କରିଥିଲେ I ଏଥିରେ ଅନେକ ସଂଖ୍ୟାରେ ପେନସନଧାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ I