ବାରିପଦା : ବାମନଘାଟି ଉପଖଣ୍ଡ ର ରାଇରଙ୍ଗପୁର ରେ ଦୁଇ ଦିବସୀୟ ୩୯ ତମ ଗୁଣ୍ଡିଚା ଯାତ୍ରା ବୈଦିକ ପରଂପରା ଓ ଶ୍ରୀମନ୍ଦିର ପ୍ରଚଳିତ ବିଧିବିଧାନ ଅନୁଯାୟୀ ଭକ୍ତି ଓ ଉତ୍ସାହର ସହ ମହାସମାରୋହରେ ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି । ଦୁଇଦିନ ଧରି ଅନୁଷ୍ଠିତ ରଥଯାତ୍ରା ରେ ପ୍ରଥମ ଦିନରେ ପୌରାଧ୍ଯକ୍ଷ ଅଭିଷେକ ପଟନାୟକ ଛେରା ପହଁରା କରିଵା ପରେ ଡାହୁକ କୃଷ୍ନଵିହାରୀ ମହାନ୍ତିଙ୍କ ନିର୍ଦ୍ଦେଶରେ ରଥଟଣା ହୋଇଥିଲା । ନିଶାମଣି ଲଜ ସମ୍ମୁଖରୁ ମାଉସୀମା ମନ୍ଦିର ପର୍ଯ୍ୟନ୍ତ ଶକ୍ତିଶ୍ରୀଙ୍କ ଦ୍ଵାରା ରଥ ଟଣା ହୋଇଥିଲା ।ସେଠାରୁ ମହାପ୍ରଭୁମାନଙ୍କୁ ପହଣ୍ଡି କରି ମାଉସୀ ମା’ଙ୍କ ଆଡ଼ପ ମଣ୍ଡପ କୁ ନିଆଯାଇଥିଲା ।ଘଣ୍ଟ,ଘଣ୍ଟା,ହୁଳହୁଳି ରେ ପ୍ରକମ୍ପିତ ହୋଇଥିଲା ସମଗ୍ର ଅଞ୍ଚଳ ।
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଧ୍ବନିରେ ଉଠୁଥିଲା ପଡୁଥିଲା ସମଗ୍ର ପରିବେଶ ।ପୋଲିସ ପ୍ରଶାସନ ପକ୍ଷରୁ ଏସପି ସୁବ୍ରତ ପାତ୍ରଙ୍କ ମାର୍ଗଦର୍ଶନରେ,ଅସାମାଜିକଙ୍କ ଉପରେ କଡା ନଜର ,ଟ୍ରାଫିକ ସମସ୍ୟା ଉପରେ ଗୁରୁତ୍ଵ ଦିଆଯାଇଥିଲା । ଏହି ପ୍ରଷିଦ୍ଧ ଦୁଇ ଦିବସୀୟ ୩୯ ତମ ଗୁଣ୍ଡିଚା ଯାତ୍ରା ଗୁରୁବାର ଦିନ ବଡଦାଣ୍ଡରୁ ନିଶାମଣି ଲଜ ପର୍ଯ୍ୟନ୍ତ ପୁରୁଷଙ୍କ ଦ୍ଵାରା ଏବଂ ଶୁକ୍ରବାର ଦିନ ନିଶାମଣି ଫେରୁ ମାଉସୀମା’ ମନ୍ଦିର ପର୍ଯ୍ୟନ୍ତ ରଥଟଣା ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିଲା । ଶୁକ୍ରବାର ସନ୍ଧ୍ୟା ୭ ଟାରେ ପହଣ୍ଡି ବିଜେ ହୋଇ ତିନି ଠାକୁରଙ୍କୁ ମାଉସୀ ମା’ର ଆଡ଼ପ ମଣ୍ଡପକୁ ନିଆଯାଇଥିଲା ।ସେଠାରେ ସଂନ୍ଧ୍ଯା ଆଳତୀ ପରେ ମୁଖ୍ୟ ପୂଜକ ଦେବବ୍ରତ ରଥ ମହାପାତ୍ର ଏବଂ କର୍ତ୍ତା ଙ୍କ ଦ୍ଵାରା ପୂଜାକାର୍ଯ୍ୟ ନୀତି କାନ୍ତି ଅନୁସାରେ ଅନୁଷ୍ଠିତ ହୋଇଥିଲା l ।ମହାପ୍ରଭୁଙ୍କୁ ମାଉସୀ ମା ମନ୍ଦିରରେ ଦର୍ଶନ ପାଇଁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଛୁଟି ଆସି ଦୀପ ଜଳାଇ ଆଶୀର୍ଵାଦ ନେଇଥିଲେ ।
