IMG 20260718 WA0193

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥଟଣା ସମ୍ପୁର୍ଣ୍ଣ

ରାଜ୍ୟ

ଜୟ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହେଲା ବଦଦାଣ୍ଡ, ମାଉସୀମା ମନ୍ଦିର ସମ୍ମୁଖରେ ତିନି ରଥ

ବାରିପଦା  : ପ୍ରଥା ଅନୁଯାୟୀ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ରେ ପହଣ୍ଡି ପର ଦୁଇଦିନ ରଥଟଣା ହୋଇଥାଏ l ଗତକାଲି  ରଥଟଣାର ପ୍ରଥମ ଦିନରେ ବଡ଼ଠାକୁର ବଳଭଦ୍ର ଙ୍କ ତାଳଧ୍ୱଜ ରଥ ମାଉସୀମା ମନ୍ଦିର ପାଖରେ ପହଁଞ୍ଚିଥିଲା l ସେହିପରି ମା ସୁଭଦ୍ରା ଙ୍କ ଦର୍ପୋଦୋଳନ ରଥ ବଦଦାଣ୍ଡ ର ଟାଉନ ଥାନା ସମ୍ମୁଖ ପର୍ଯ୍ୟନ୍ତ ଆସିଥିଲା l ଆଜି ଦ୍ୱିତୀୟ ଦିବସ ରେ ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ହୋଇଥିବା ସମୟ ଅନୁଯାୟୀ ଅପରାହ୍ନରେ ରଥଟଣା ଆରମ୍ଭ ହୋଇଥିଲା l ବଡ଼ଦାଣ୍ଡ ହୋଇଥିଲା ଲୋକାରଣ୍ୟ l ଭକ୍ତଙ୍କର ମହାମିଳନ ଦେଖିବାକୁ ମିକିଥିଲା l ଶଙ୍ଖ, ହୁଳୁହୁଳି, ହିରିବୋଲ, ଜୟ ଜଗନ୍ନାଥ ଧ୍ୱନୀରେ ବଡ଼ଦାଣ୍ଡ ପ୍ରକୋମ୍ପିତ ହୋଇଉଠିଥିଲା ବଡ଼ଦାଣ୍ଡ l ଭକ୍ତଗଣ ଚାହିଁବସିଥାଆନ୍ତି ଏହି ଦିନକୁ l ଆଜି କାଳିଆ ଠାକୁରଙ୍କ ରଥ ଟଣା l ଦୀର୍ଘ ଏକ ବର୍ଷ ର ଅପେକ୍ଷା ପରେ ଆଜି ସେହି ଦିନ ଆସିଛି  l

ଭକ୍ତବୃନ୍ଦ ଙ୍କ ମନ ଆନନ୍ଦ ଉଲ୍ଲାସରେ ଭରିରହିଛି l ଜଗତର ନାଥ ପ୍ରଭୁ ଜଗନ୍ନାଥ ଙ୍କ ନନ୍ଦିଘୋଷ ରଥ କୁ ଟାଣି ନିଜକୁ ସୌଭାଗ୍ୟ ମଣିବେ lଏହି ସୌଭାଗ୍ୟ ଟିକେ ମିଳିଲେ ଭକ୍ତ ନିଜକୁ ଧନ୍ୟ ମନେକରନ୍ତି l ଆଜି ଏହି ସୌଭାଗ୍ୟ ମିଳିଛି l ତେଣୁ ଅତ୍ୟଧିକ ଆନନ୍ଦ ସହକରେ ଭକ୍ତମନେ ରଥ ଟାଣୁଥିବାର ଦେଖିବାକୁ ମିଳିଥିଲା l ଆଜିକାର ଦିନସାରାର ର ପାଗଥିଲା  ଥିଲା ସମ୍ପୂର୍ଣ୍ଣ ଶୁଖିଲା l  ମଝିରେ ମଝିରେ ରଥଟଣା ସମୟରେ ଅଗ୍ନିଶ୍ରମ ବାହିନୀ ପକ୍ଷରୁ ବଡ଼ଦାଣ୍ଡ ରେ ଭକ୍ତମାନଙ୍କ ଉପରକୁ ପାଣି ଛିଞ୍ଚନ କରାଯାଉଥିଲା l ପ୍ରଶାସନ ପକ୍ଷରୁ ନିର୍ଦ୍ଧାରୀତ ସମୟ ଅନୁଯାୟୀ ଆଜି  ଅପରାହ୍ନରେ ପ୍ରଥମେ ବଡ଼ଦାଣ୍ଡ ର ମଝିରେ ଅଟକିଥିବା ମା ସୁଭଦ୍ରା ଙ୍କ ଦର୍ପୋଦୋଳନ ରଥ କୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ର ପୂର୍ବରୁ ରହିଥିବା ପ୍ରଥା ଅନୁଯାୟୀ କେବଳ ମହିଳାମାନେ ଟାଣି ମାଉସୀମା ମନ୍ଦିର ସମ୍ମୁଖରେ ପହଞ୍ଚାଇଥିଲେ l ଏହାପରେ ଜଗତର ନାଥ ପ୍ରଭୁ ଜଗନ୍ନାଥ ଙ୍କ ନନ୍ଦିଘୋଷ ରଥ  ଭକ୍ତମାନଙ୍କ ଗହଣରେ  ଆସି ସନ୍ଧ୍ୟା ପୂର୍ବରୁ ମାଉସୀମା ମନ୍ଦିର ପାଖରେ ପହଁଞ୍ଚିଥିଲା l  ଆଜି ରାତ୍ରୀରେ  ତିନି ଠାକୁରଙ୍କ ପହଣ୍ଡିବିଜେ ହୋଇ ମାଉସୀମା ମନ୍ଦିର ଭିତରକୁ ପ୍ରବେଶ କରିବେ l ଆସନ୍ତାକାଲି ପାଖରୁ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ବିଭିନ୍ନ ବେଶରେ ସଜ୍ଜିତ ହୋଇ ତିନି ଠାକୁର ଭକ୍ତମାନଙ୍କୁ ଦର୍ଶନ ଦେବେ l

ରଥଟଣା ରେ ଭିଡ଼କୁ ନଜରରେ ରଖି ବଡ଼ଦାଣ୍ଡ ରେ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଥିଲା l ରଥଟଣା ସମୟରେ ପ୍ରଶାସନିକ ଅଧିକାରୀମାନେ ମଧ୍ଯ ଉପସ୍ଥିତ ଥିଲେ l ବଡ଼ଦାଣ୍ଡରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭକ୍ତମାନଙ୍କୁ ଦହିସର୍ବତ, ଥଣ୍ଡାପାଣି, ଅନ୍ନଭୋଗ ଆଦି ବଣ୍ଟନ କରାଯାଇଥିଲା l ରଥଟଣା ସମୟରେ  ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜଗନ୍ନାଥ ସଂସ୍କୃତି ସହିତ ଧାରା ବିବରଣୀ ପ୍ରଦାନ କରାଯାଉଥିବା ବେଳେ ରଥ ଉପରୁ ଜଗନ୍ନାଥ ସଂସ୍କୃତି ପ୍ରଚାରକ ଭାଗବତ ପଣ୍ଡା ଧାରା ବିବରଣୀ ପ୍ରଦାନ କରିଥିଲେ l