IMG 20260717 WA0180

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥଟଣା, ବଦଦାଣ୍ଡରେ ଭକ୍ତଙ୍କର ମହାମିଳନ

ରାଜ୍ୟ

ବାରିପଦା : ପ୍ରଥା ଅନୁଯାୟୀ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ରେ ପହଣ୍ଡି ପର ଦୁଇଦିନ ରଥଟଣା ହୋଇଥାଏ l ଗତକାଲି ର ପହଣ୍ଡି ବିଜେପରେ ତିନିଠାକୁର ରଥାରୁଢ ହୋଇଥିଲେ l ଆଜି ଥିଲା ରଥଟଣାର ପ୍ରଥମ ଦିବସ l ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ହୋଇଥିବା ସମୟ ଅନୁଯାୟୀ ଅପରାହ୍ନରେ ରଥଟଣା ଆରମ୍ଭ ହୋଇଥିଲା l ବଡ଼ଦାଣ୍ଡ ହୋଇଥିଲା ଲୋକାରଣ୍ୟ l ଭକ୍ତଙ୍କର ମହାମିଳନ ଦେଖିବାକୁ ମିକିଥିଲା l ଶଙ୍ଖ, ହୁଳୁହୁଳି, ହିରିବୋଲ, ଜୟ ଜଗନ୍ନାଥ ଧ୍ୱନୀରେ ବଡ଼ଦାଣ୍ଡ ପ୍ରକୋମ୍ପିତ ହୋଇଉଠିଥିଲା l ଭକ୍ତଗଣ ଚାହିଁବସିଥାଆନ୍ତି ଏହି ଦିନକୁ l ତିନି ଠାକୁରଙ୍କ ରଥ ଦଉଡିକୁ ହାତରେ ଭିଡି ବଡ଼ଦାଣ୍ଡ ରେ ରଥ ଟାଣିବେ l ଏହି ସୌଭାଗ୍ୟ ଟିକେ ମିଳିଲେ ଭକ୍ତ ନିଜକୁ ଧନ୍ୟ ମନେକରନ୍ତି l ଆଜି ଏହି ସୌଭାଗ୍ୟ ମିଳିଛି l ତେଣୁ ଅତ୍ୟଧିକ ଆନନ୍ଦ ସହକରେ ଭକ୍ତମନେ ରଥ ଟାଣୁଥିବାର ଦେଖିବାକୁ ମିଳିଥିଲା l ଆଜିକାର ସକାଳ ର ପାଗଥିଲା ଶୁଖିଲା l

କିନ୍ତୁ ପ୍ରବଳ ଗୁଳୁଗୁଳିରେ ଲୋକଙ୍କୁ ଅତିଷ୍ଠ କରିପକାଇଥିଲା l ମାତ୍ର ସତେଯେମିତି ଭକ୍ତମାନଙ୍କର ଦୁଃଖ ଭଗବାନ ଶୁଣିଲେ l ଅପରାହ୍ନରେ ରଥଟଣା ଆରମ୍ଭ ହେବାପରେ ଆକାଶ ରେ କଳାମେଘ ଢାଙ୍କିଆସିଥିଲା l ପ୍ରବଳ ବର୍ଷା ଭକ୍ତମାନଙ୍କୁ ରଥଟଣିବାରେ ଆନନ୍ଦ ଆଣିଦେଇଥିଲା l ଏଥି ସହିତ ଅଗ୍ନିଶ୍ରମ ବାହିନୀ ପକ୍ଷରୁ ମଝିରେ ମଝିରେ ବଡ଼ଦାଣ୍ଡ ରେ ଭକ୍ତମାନଙ୍କ ଉପରକୁ ପାଣି ଛିଞ୍ଚନ କରାଯାଉଥିଲା l ଆଜି ପ୍ରଥମ ଦିନରେ ବଡ଼ଠାକୁର ବଳଭଦ୍ର ଙ୍କ ତାଳଧ୍ୱଜ ରଥ ଭକ୍ତମାନଙ୍କ ଗହଣରେ ଆସି ମାଉସୀମା ମନ୍ଦିର ସମ୍ମୁଖରେ ପହଂଚିଥିଲା l ପରେ ମା ସୁଭଦ୍ରା ଙ୍କ ଦର୍ପୋଦୋଳନ ରଥ କୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ର ପୂର୍ବରୁ ରହିଥିବା ପ୍ରଥା ଅନୁଯାୟୀ କେବଳ ମହିଳାମାନେ ଟାଣି ବଡ଼ଦାଣ୍ଡ ର ନାଭିକେନ୍ଦ୍ର ତଥା ଟାଉନଥାନା ସମ୍ମୁଖରେ ପହଞ୍ଚାଇଥିଲେ l ପୁଣି ଆସନ୍ତାକାଲି ସେହିଠାରୁ ମହିଳାଭକ୍ତ ମାନଙ୍କ ଗହଣରେ ମା ସୁଭଦ୍ରା ଙ୍କ ରଥ ଆସି ପହଞ୍ଚିବ ମାଉସୀମା ମନ୍ଦିର ନିକଟରେ l ପରେ ଜଗତର ନାଥ ପ୍ରଭୁ ଜଗନ୍ନାଥ ଙ୍କ ନନ୍ଦିଘୋଷ ରଥ ଟଣାହେବ l ତେଣୁ ଆସନ୍ତାକଲି ଭକ୍ତମାନଙ୍କର ଭିଡ଼ ଅଧିକ ହେବ l  ଜଗନ୍ନାଥ ଙ୍କ ରଥକୁ ଟାଣିବା ପାଇଁ ଚାହିଁବସିଥାଆନ୍ତି ଭକ୍ତ l

ଆସନ୍ତାକାଲି ରାତ୍ରୀରେ ତିନି ଠାକୁରଙ୍କ ପହଣ୍ଡିବିଜେ ହୋଇ ମାଉସୀମା ମନ୍ଦିରକୁ ଯିବେ l ତହିଁପରଦିନ ପାଖରୁ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ବିଭିନ୍ନ ବେଶରେ ସଜ୍ଜିତ ହୋଇ ତିନି ଠାକୁର ଭକ୍ତମାନଙ୍କୁ ଦର୍ଶନ ଦେବେ l ଆଜିକାର ରଥଟଣା ରେ ଭିଡ଼କୁ ନଜରରେ ରଖି ବଡ଼ଦାଣ୍ଡ ରେ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଥିଲା l ରଥଟଣା ସମୟରେ ପ୍ରଶାସନିକ ଅଧିକାରୀମାନେ ମଧ୍ଯ ଉପସ୍ଥିତ ଥିଲେ l ବଡ଼ଦାଣ୍ଡରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭକ୍ତମାନଙ୍କୁ ଦହିସର୍ବତ, ଥଣ୍ଡାପାଣି, ଅନ୍ନଭୋଗ ଆଦି ବଣ୍ଟନ କରାଯାଇଥିଲା l ରଥଟଣା ସମୟରେ  ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜଗନ୍ନାଥ ସଂସ୍କୃତି ସହିତ ଧାରା ବିବରଣୀ ପ୍ରଦାନ କରାଯାଉଥିଲା l