984228 exam 3 1024x576

୩୧ରେ ବିଏଡ୍‌, ଜୁନ୍‌ ୩ରେ ବିଏଚ୍ଏଡ୍ ପ୍ରବେଶିକା ପରୀକ୍ଷା

ରାଜ୍ୟ

ଭୁବନେଶ୍ବର: ଦୁଇବର୍ଷିଆ ବିଏଡ୍ ପାଠ୍ୟକ୍ରମ ପାଇଁ ଆସନ୍ତା ୩୧ରେ ପ୍ରବେଶିକା ପରୀକ୍ଷା ହେବ। ଜୁନ୍‌ ୩ରେ ବିଏଚ୍ଏଡ୍ (ହିନ୍ଦୀ) ଓ ଏମ୍ଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ରାଜ୍ୟ ପ୍ରବରଣ ମଣ୍ଡଳୀ (ଷ୍ଟେଟ୍‌ ସିଲେକ୍ସନ ବୋର୍ଡ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ମେ’ ୩୧ ପୂର୍ବାହ୍ଣ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ବି.ଏଡ୍ ପ୍ରବେଶିକା ପରୀକ୍ଷା ହେବ। ଜୁନ୍‌ ୩ ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ବିଏଚ୍ଏଡ୍ (ହିନ୍ଦୀ) ଏବଂ ଅପରାହ୍ଣ ୩ଟାରୁ ୫ଟା ପର୍ଯ୍ୟନ୍ତ ଏମ୍ଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ହେବ। ଏନେଇ ଛାତ୍ରଛାତ୍ରୀଙ୍କୁ ସୂଚିତ କରାଯାଇଛି। ଆସନ୍ତା ୨୭ ପୂର୍ବାହ୍ଣ ୧୧ଟାରୁ ବିଏଡ୍, ବିଏଚ୍ଏଡ୍ ଓ ଏମ୍ଏଡ୍ ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ପାଇଁ ପ୍ରବେଶ ପତ୍ର(ଆଡ୍‌ମିଟ୍ କାର୍ଡ) ଉପଲବ୍ଧ ହେବ। ଛାତ୍ରଛାତ୍ରୀ ଏସ୍ଏସ୍‌ବିର ୱେବ୍‌ସାଇଟକୁ ଯାଇ ନିଜର ପ୍ରବେଶପତ୍ର ଡାଉନଲୋଡ୍‌ କରିପାରିବେ।

ଜୁନ୍‌ ୪ରେ ଏସ୍ଏସ୍‌ବି ୱେବ୍‌ସାଇଟରେ ପ୍ରବେଶିକା ପରୀକ୍ଷାର ପ୍ରୋଭିଜିନାଲ ‘ଆନ୍ସର କି’ ପ୍ରକାଶ ପାଇବ। ପ୍ରୋଭିଜିନାଲ ‘ଆନ୍ସର କି’କୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ କୌଣସି ଆଶଙ୍କା ଥିଲେ ପରୀକ୍ଷାର୍ଥୀ ଜୁନ୍‌ ୫ରୁ ୭ ମଧ୍ୟରେ ଆବେଦନ କରିପାରିବେ। ପ୍ରବେଶିକା ପରୀକ୍ଷା ମାର୍କ ଆଧାରରେ ହିଁ ମେଧା ତାଲିକା ପ୍ରକାଶ ପାଇବ।

ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ଇଞ୍ଜେକସନ୍ ଦେଇ ହତ୍ୟା, ୨ ଗିରଫ