IMG 20260523 WA0140

ଜୁନ ୧ରୁ ଷଷ୍ଠ ବାର୍ଷିକ ନାଟ୍ୟ ମହୋତ୍ସବ

ରାଜ୍ୟ
ବାରିପଦା : ବାରିପଦା କଳାକାର ପରିବାର ଆନୁକୂଲ୍ୟରେ ସ୍ଥାନୀୟ ସହିଦ ସ୍ମୃତି ଭବନରେ ଆସନ୍ତା ମାସ ଜୁନ ୧ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ୬ ଦିନଧରି ଷଷ୍ଠ ବାର୍ଷିକ ନାଟ୍ୟ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଅଛି I ୧ମ ସନ୍ଧ୍ୟାରେ ଡଃ ବସନ୍ତ କୁମାର ମହାପାତ୍ରଙ୍କ ରଚିତ ଓ ଧୀର ବଶାଙ୍କ ନିର୍ଦ୍ଦେଶିତ “ମୁଠାଏ ମାଟି”,  ୨ୟ ସନ୍ଧ୍ୟାରେ କ୍ଷୀରୋଦ ବିହାରୀ ସିଟଙ୍କ ରଚିତ ଓ ଗୁହିରାମ ଜେନାଙ୍କ ନିର୍ଦ୍ଦେଶିତ “ନିଷ୍ପତ୍ତି”, ୩ୟ ସନ୍ଧ୍ୟାରେ ଡଃ କୁମରମଣି ନାୟକଙ୍କ ରଚିତ ଓ ନିର୍ଦ୍ଦେଶିତ “ଚକ୍ରବ୍ୟୁହ”, ୪ର୍ଥ ସନ୍ଧ୍ୟାରେ ରଣଜିତ ପଟ୍ଟନାୟକଙ୍କ ରଚିତ ଓ ଅନ୍ନଦା ଶଙ୍କର ଦାଶଙ୍କ ନିର୍ଦ୍ଦେଶିତ “ଗୋଇଠା ବାବା”, ୫ମ ସନ୍ଧ୍ୟାରେ ସୋମନାଥ ସାହୁଙ୍କ ରଚିତ ଓ ମହେଶ ସାହୁ (ତପୁବାବା) ଙ୍କ ନିର୍ଦ୍ଦେଶିତ “ମିଡିଲ କ୍ଲାସ” ଏବଂ ଶେଷ ସନ୍ଧ୍ୟାରେ ଡଃ ପଞ୍ଚାନନ ପାତ୍ରଙ୍କ ରଚିତ ଓ ଡଃ ପ୍ରକାଶ ଚନ୍ଦ୍ର ଦାଶଙ୍କ ନିର୍ଦ୍ଦେଶିତ “ନଈର ଠିକଣା” ନାଟକ ପରିବେଷିତ ହେବ ବୋଲି ପରିବାରର ସମ୍ପାଦକ ଅସିତ କୁମାର ଗିରି ଜଣାଇଛନ୍ତି I
ଏହି ଅବସରରେ ବାରିପଦା କଳାକାର ପରିବାରର ସଭାପତି ସନ୍ତୋଷ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶେଷ ପ୍ରସ୍ତୁତି ବୈଠକରେ ସମସ୍ତ ନିର୍ଦ୍ଦେଶକ, ସହ ସମ୍ପାଦକ ଜ୍ଞାନରଞ୍ଜନ ପଣ୍ଡା, ପରିବାରର ସଦସ୍ୟ ଓ କଳାକାର ଉପସ୍ଥିତ ରହି ମହୋତ୍ସବର ସଫଳତା ପାଇଁ ସୁଚିନ୍ତିତ ମତ ରଖିଥିଲେ I ପ୍ରତ୍ୟେକ ଦିନ ସନ୍ଧ୍ୟା ୭ଟା ରେ ନାଟକ ଆରମ୍ଭ ହେବ ଏବଂ ବିନା ଦେୟରେ ସମସ୍ତେ ନାଟକ ଦେଖିପାରିବେ ବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ପ୍ରକାଶ କରିଛନ୍ତି I ବହୁ ସଂଖ୍ୟାରେ ଉପସ୍ଥିତ ରହି ନାଟକ ଗୁଡିକୁ ଉପଭୋଗ କରିବା ସହ କଳାକାର ମାନଙ୍କୁ ଉତ୍ସାହିତ କରିବା ପାଇଁ ସଭାପତି ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି I