ବ୍ରହ୍ମପୁର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଟୋକୁ ଧକ୍କା ଦେଇ ଘୋଷାଡ଼ି ନେଲା ବସ୍ । ଦୁର୍ଘଟଣାରେ ୬ ମୃତ, ୪ ଗୁରୁତର । ଗଞ୍ଜାମ ପୁରୁଷତ୍ତମପୁର ଥାନା ଲଡ଼କପଲ୍ଲା ଛକରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସମସ୍ତ ଗୁରୁତରଙ୍କୁ ବ୍ରହ୍ମପୁର MKCGକୁ ସ୍ଥାନାନ୍ତର କରାଯାଇଛି । ଅଟୋଟି ସୋରଳ ରୋଡ୍ ଏରେଣ୍ଡ୍ରାରୁ ସିଂହାସନୀ ପୀଠକୁ ଏକ ଭୋଜିରେ ଯୋଗଦେବା ଯାଉଥିବା ବେଳେ ପୁରୁଷୋତ୍ତମପୁର ଥାନା ସିକୁଳା ନିକଟସ୍ଥ ଲଡକାପଲୀ ଠାରେ ଡାଇମଣ୍ଡ ନାମକ ଏକ ଯାତ୍ରୀବାହି ବସ୍ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହୀନି କର୍ମଚାରୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରି କୋଦଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ୬ ଜଣଙ୍କୁ ମୃତ ଘୋଷଣା କରିଛନ୍ତି।
ଅନ୍ୟପଟେ ଅଟୋ ଡ୍ରାଇଭର ସମେତ ୪ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତକଙ୍କ ମଧ୍ୟରେ ୨ ଜଣ ନାବାଳିକା ଅଛନ୍ତି । ମୃତକ ହେଲେ କିରଣ ବେହେରା, ସନି ବେହେରା , ନୀଳା ବେହେରା, ନାରସୁ ବେହେରା, ରତନୀ ବେହେରା , ମଲ୍ଲି ବେହେରା । ଘଟଣାସ୍ଥଳରେ କୋଦଳା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
