ଅକ୍ଷୟ ତୃତୀୟାରେ ଅକ୍ଷି ମୁଠି ଅନୁକୂଳ କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

ରାଜ୍ୟ

ବରଗଡ : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ସରକାରୀ କୃଷି ଫାର୍ମ ଚକୁଳିରେ ରାଜସ୍ବ ମନ୍ତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ସୁରେଶ ପୂଜାରୀ ଜିଲ୍ଲାସ୍ତରୀୟ  ଭୂମି ପୂଜନ ସହ ଅକ୍ଷି ମୁଠି ଅନୁକୂଳ କରିଛନ୍ତି ।ବରଗଡ଼ ଜିଲ୍ଲା ପାଲ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ଭଟଲି ବିଧାୟକ  ଇରାସିସ ଆଚାର୍ଯ୍ୟ , ଜିଲ୍ଲା କୃଷି ଅଧିକାରୀ  ନିଶିକାନ୍ତ ମେହେର , ଜିଲ୍ଲା  ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଲଲାଟ କୁମାର ଲୁହା, ଉପ ଜିଲ୍ଲାପାଳ ପ୍ରସନ୍ନ କୁମାର ପାଣ୍ଡେ,ବରଗଡ଼ ପୌରପାଳିକା ଅଧ୍ୟକ୍ଷା କଳ୍ପନା ମାଝୀ ତଥା ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରଥମେ ପଣ୍ଡିତଙ୍କ ମନ୍ତ୍ରପାଠରେ ଭୂମି ପୂଜନ କରାଯାଇ ହଳ ବୁଲେଇ  ଜମିକୁ କର୍ଷଣ କରି ବିହନ ସିଞ୍ଚନ କରି  ଖରିଫ କୃଷି  ଫସଲ  ପାରମ୍ପରିକ ଶୁଭାରମ୍ଭ କରିଥିଲେ । ଏହି ଅବସରରେ  କୃଷି କ୍ଷେତ୍ରରେ ବ୍ୟବହୃତ କୃଷି ଯନ୍ତ୍ରପାତି ସରକାରୀ ସବସିଡି ମୂଲ୍ୟରେ  ଡେବିଡ ମାଧ୍ୟମରେ  ଯୋଗ୍ୟ ବିବେଚିତ ଜିଲ୍ଲାର  ଉମାକାନ୍ତ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ସାହୁ, ରାଜୁ ସାହୁ, ରିମଲ୍ ବଡ୍ଡି ଦୂର୍ଗଦେବି ଓ ବଲ୍ଲୁରି ଦୁର୍ଗା ଭବାନୀ  ଆଦି ପାଞ୍ଚ ଜଣ କୃଷକ ମାନଙ୍କୁ ଫୁଲତୋଡ଼ା ଓ  ଉପଢ଼ୌକନ ଦେଇ ସମ୍ମାନିତ କରାଯିବ ସହ  ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଅତାବିରା ତହସିଲଦାର କେ ରିଚୀ କୁମାର, ରେଜିଷ୍ଟ୍ରି ଅଧିକାରୀ ତଥା ଅତିରିକ୍ତ ତହସିଲଦାର ଅଙ୍କିତ ପଣ୍ଡା , ଗୋଷ୍ଠୀ ଉନ୍ନୟନ ଅଧିକାରୀ ରିପୁନାଥ ସୁନା  ପ୍ରମୁଖ ସହଯୋଗ କରିଥିଲେ ।

ସମସ୍ତ ଧାନ ମଣ୍ଡି ମାନଙ୍କୁ ଆଧୁନିକ କରଣ ସହ ସୋନ୍ଦର୍ଯ୍ୟ କରଣର ସୁବ୍ୟବସ୍ଥା କରାଯିବ, ଯେଉଁଥିରେ  ଚାଷୀ ମାନେ ସମସ୍ତ ପ୍ରକାର ସୁବିଧା ପାଇ ପାରିବେ ବୋଲି ମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ । ଏହା ବ୍ୟତୀତ କାଳ ବୈଶାଖୀରେ ଯେଉଁମାନଙ୍କ ଘର ଉଜୁଡ଼ି ଯାଇଛି, ତାର ପ୍ରକୃତ  ରିପୋର୍ଟ ଦାଖଲ କରିବା ପାଇଁ ଘର ନିର୍ମାଣରେ ବିହୀତ ବ୍ୟବସ୍ଥା କରିବା ପାଇଁ ଆରଆଇମାନଙ୍କୁ କଡା କଡି ନିର୍ଦ୍ଦେଶ ଦେଇଥିଲେ । ଭୂମିହୀନ ମାନଙ୍କୁ ୪ ଡିସିମିଲ ଲେଖାଏଁ ଜମି ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଚଳିତ  ରବି ଫସଲରେ  ଧାନ ବିକ୍ରିରେ ଛଟନିର ଶିକାର ହେବେ ନାହିଁ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଆଗରୁ ରହିଛି ।  ତଥାପି ପୁଣି ଥରେ ଚେତାବନୀ ଦେଇ କହିଥିଲେ ଯେ କୌଣସି ମିଲ ମାଲିକ କୌଣସି ଚାଷୀଙ୍କୁ ହଇରାଣ କରୁଥିବା ସୂଚନା କିମ୍ବା ଅଭିଯୋଗ ହେଲେ ସେମାନଙ୍କ ଉପରେ କଠୋର ପଦକ୍ଷେପ ନିଆଯିବ ।