Image 2026 05 21T120736.812

କାଠଯୋଡ଼ି ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ରାଜ୍ୟ

ବାରଙ୍ଗ : ବାରଙ୍ଗରେ ପୁଣି ଚାଞ୍ଚଲ୍ୟ । ମହିଳାଙ୍କୁ ମାରି ପୋତିଦେଲେ । କାଠଯୋଡ଼ି ନଦୀ ପଠାରୁ ମିଳିଲା ଅଧା ପୋତାହୋଇଥିବା ମୃତଦେହ । ଆଜି ସକାଳେ ମୃତଦେହକୁ କୁକୁର ଖାଉଥିବାଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ମହିଳାଙ୍କର କେବଳ ହାତ ଓ ଗୋଡ଼ ଦେଖା ଯାଉଥିବା ବେଳେ ଅବଶିଷ୍ଟ ଶରୀର ବାଲି ଭିତରେ ପୋତି ହୋଇ ରହିଛି । ତେବେ ମହିଳା ଜଣକ କିଏ ଓ ତାଙ୍କର ମୃତ୍ୟୁ କିଭଳି ହେଲା ତାହା ଜଣାପଡ଼ିନି । ହତ୍ୟା ପରେ କେହି ଦୁର୍ବୃତ୍ତ ମୃତଦେହକୁ ପୋତି ଦେଇଥିବା ସନ୍ଦେହ। ଘଟଣାସ୍ଥଳରେ ବାରଙ୍ଗ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ନିକଟରେ ବାରଙ୍ଗରେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଥିଲା । ଖଣ୍ଡା ଚୋଟରେ ୩ ଯୁବକ ଗୁରୁତର ହୋଇଥିଲେ । ଗୁରୁତର ଯୁବକଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା । କାଣ୍ଡ ଭିଆଇବା ପରେ ଘଟଣାସ୍ଥଳରୁ ଦୁର୍ବୃତ୍ତ ଚମ୍ପଟ ହୋଇଯାଇଥିଲେ । ତେବେ କେଉଁ କାରଣରୁ ଆକ୍ରମଣ କରାଯାଇଛି ସେନେଇ କିଛି ସ୍ପଷ୍ଟ ହୋଇନଥିଲା ।