Photo for the news of mahatab jayantee

ହାଇସ୍କୁଲରେ ମହତାବଙ୍କ ଜୟନ୍ତୀ

ରାଜ୍ୟ

ଆଗରପଡ଼ା:ଆଗରପଡ଼ାସ୍ଥ କୃଷ୍ଣଚରଣ ବିଦ୍ୟାମନ୍ଦିର ପ୍ରତିଷ୍ଠାତା ଉତ୍କଳକେଶରୀ ଡ.ହରେକୃଷ୍ଣ ମହତାବଙ୍କ ୧୨୬ତମ ତୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ହାଇସ୍କୁଲ ଆଲୁମିନି ସଭାପତି ପ୍ରଶାନ୍ତ ଦାଶ ଯୋଗଦେଇ ଡ.ମହତାବଙ୍କ ବହୁମୁଖୀ ପ୍ରତିଭା ସଂପର୍କରେ ଆଲୋକପାତ କରିଥିଲେ । ପ୍ରଧାନଶିକ୍ଷକ ଶରତ ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସହକାରୀ ଶିକ୍ଷକ ନାରାୟଣ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ସକାଳୁ ରାମଧୂନ, ପ୍ରଭାତଫେରି,ଡ.ମହତାବଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗୀତାରେ ଅଂଶଗ୍ରହଣ କରି କୃତୀତ୍ୱ ହାସଲ କରିଥିବା ଛାତ୍ରମାନଙ୍କୁ ଅର୍ଥରାଶି ପ୍ରଦାନ କରାଯାଇଥିଲା ।