IMG 20260517 WA0192

ସିବିଏସଇ ବାଣିଜ୍ୟ ବିଭାଗର ଇଣ୍ଡିଆ ଟପ୍ପରଙ୍କୁ ସମ୍ବର୍ଦ୍ଧିତ କଲା ମାନବ ଧର୍ମ ସେବା ଟ୍ରଷ୍ଟ

ରାଜ୍ୟ
ବାରିପଦା  : ବାରିପଦା ବ୍ଲକ ଅନ୍ତର୍ଗତ କ୍ଷେତ୍ରପାଟଣା ଗ୍ରାମ (ମୁନିସୀବନ୍ଧ ନିକଟସ୍ଥ) ବାସିନ୍ଦା ଅଜିତ କୁମାର ପାଲବାବୁ ଓ ସୁମିତ୍ରା ପାଲବାବୁଙ୍କ ସୁପୁତ୍ରୀ ପ୍ରିୟା ପାଲବାବୁ ଚଳିତ ବର୍ଷ ସି ବି ଏସ ଇ ବାଣିଜ୍ୟ ବିଭାଗରେ ସର୍ବାଧିକ ନମ୍ବର ରଖି ଇଣ୍ଡିଆ ଟପର ହୋଇ ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି I
ଖବର ପାଇ ବାରିପଦାର ମାନବ ଧର୍ମ ସେବା ଟ୍ରଷ୍ଟ ତରଫରୁ ମୁଖ୍ୟ ଉପଦେଷ୍ଟା ସୋମନାଥ ସିଂହ, ପ୍ରତିଷ୍ଠାତା ନିରୋଜ କୁମାର ପୋଥାଳ, ସଭାପତି ଚିତ୍ତ ରଞ୍ଜନ ସ୍ୱାଇଁ ଓ ସମ୍ପାଦକ ହିମାଂଶୁ ଶେଖର ପ୍ରହରାଜ  ତାଙ୍କ ଘରକୁ ଯାଇ ପ୍ରିୟଙ୍କର ଏହି ଅଭୁତପୂର୍ବ ସଫଳତା ପାଇଁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି I ପ୍ରିୟା ଭବିଷ୍ୟତରେ ଜଣେ ସଫଳ ଚାଟାର୍ଡ଼ ଏକାଉଟେଣ୍ଟ ହେବେ ବୋଲି ଲକ୍ଷ୍ୟ ରଖିଥିବାବେଳେ ଟ୍ରଷ୍ଟର କର୍ମକର୍ତ୍ତା ଗଣ ତାଙ୍କର ସଫଳତା କାମନା କରିଥିଲେ I