ବାରିପଦା : ସ୍ଥାନୀୟ ସହିଦ ସ୍ମୃତି ଭବନରେ ଦୁର୍ଯ୍ୟୋ – ସରସ୍ବତୀ ସାଂସ୍କୃତିକ ପରିଷଦ ଓ ସୌଖିନ କଳାକାର କ୍ଲବ ଆନୁକୂଲ୍ୟରେ ଚଳିତ ମାସ ୭ ତାରିଖରୁ ୯ ତାରିଖ ମଧ୍ୟରେ ମାଦଳ ମହୁରୀ ଉତ୍ସବ – ୨୦୨୬ ଅନୁଷ୍ଠିତ ହେବାକୁ ଯାଉଅଛି I ଏହି ଅବସରରେ କ୍ଷୀରୋଦ ବିହାରୀ ସିଟ ଙ୍କ ଅଧ୍ୟକ୍ଷତରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l
ପ୍ରଥମ ସନ୍ଧ୍ୟାରେ ଗୁହିରାମ ଜେନାଙ୍କ ନିର୍ଦ୍ଦେଶିତ ନାଟକ “ମହାବିଭ୍ରାଟ” ଓ ଧନଞ୍ଜୟ ସାହୁଙ୍କ ନିର୍ଦ୍ଦେଶିତ ନାଟକ “ରାଜଧାନୀରେ କରୋନା ଠକ”, ୨ୟ ସନ୍ଧ୍ୟାରେ ଜ୍ଞାନ ପଣ୍ଡାଙ୍କ ନିର୍ଦ୍ଦେଶିତ ନାଟକ “ଗ୍ରେଟ ନୁଙ୍ଗୁରା” ଓ ମହେଶ ସାହୁଙ୍କ ନିର୍ଦ୍ଦେଶିତ “ମିଛୁଆ ରାଧୁଆ” ନାଟକ ଏବଂ ଶେଷ ସନ୍ଧ୍ୟାରେ “ମରୀଚିକାର ଛାଇ” ନାଟକ ଓ ଝୁମର ନୃତ୍ୟର କାର୍ଯ୍ୟକ୍ରମ ରହିଛି ବୋଲି ସମସ୍ତ ନାଟକର ନାଟ୍ୟକାର ତଥା ମୁଖ୍ୟ ଆୟୋଜକ କ୍ଷୀରୋଦ ବିହାରୀ ସିଟ ଜଣାଇଛନ୍ତି I
ଏହି ବୈଠକରେ ବାରିପଦାର ବିଶିଷ୍ଟ ଅଭିନେତା, ନିର୍ଦ୍ଦେଶକ ଓ ନାଟ୍ୟ ସଂଗଠକ ପ୍ରମୁଖ ଉପସ୍ଥିତ ରହି ଉତ୍ସବର ସଫଳତା ପାଇଁ ସୁଚିନ୍ତିତ ମତାମତ ଦେଇଥିଲେ I
