Img 20250811 wa0002

ବାଇକ ବାଇକ୍ ଆମନା ସାମନା, ଜଣେ  ନାବାଳକ ମୃତ ,ଦୁଇ ଗୁରୁତର 

ରାଜ୍ୟ
ବାରିପଦା –  ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ରାଇରଙ୍ଗପୁର – ବିଶୋଇ ରାଜ୍ଯ ରାଜପଥ କାଲାଝରି ପାଖରେ ବାଇକ ସହ ବାଇକ ମୁହାଁମୁହିଁ ।  ଘଟଣାଟି ଘଟିଛି ଗତକାଲି ରାତ୍ରିରେ । ରକ୍ତ  ଜୁଡୁବୁଡୁ ଅବସ୍ଥାରେ  ୩ ଜଣଙ୍କୁ ଉଦ୍ଧାର‌  କଲା ଵିଜାତଳା ଅଗ୍ନିଶମ ବିଭାଗ ! ସେମାନଙ୍କୁ ରାଇରଙ୍ଗପୁର ଡାକ୍ତରଖାନାକୁ ପହଞ୍ଚାଇବା । ଡାକ୍ତର ଜଣେ ନାବାଳକୁ ମୃତ ଘୋଷଣା କରିଥିବାବେଳେ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସିତ କରୁଛନ୍ତି ।ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଜବତ ସହ ଘଟଣା ତଦନ୍ତ କରୁଛନ୍ତି ।ସୂଚନାଯୋଗ୍ୟ ପବିତ୍ର ରକ୍ଷାବନ୍ଧନ ଅବସରରେ ଵିଜାତଳା ବ୍ଳକର ବାଙ୍କବଳ ଡେମ ପାଖରେ ତ୍ରିଦୀବସୀୟ  ବିରାଟ ଗହ୍ମାମେଳା ଅନୁଷ୍ଠିତ ହୁଏ ।ହଜାର ହଜାର ଲୋକଙ୍କ ସମାଗମ ହୁଏ ।ଏହି ମେଳା ଦେଖିବାକୁ ଯାଇ ଫେରିବାବେଳେ  ବାଟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ ।ଗୁରୁତର ହେଲେ କେନ୍ଦୁମୁଣ୍ଡି ଗ୍ରାମର  ସୁଦର୍ଶନ ସିଂ (୨୫) । ତାଙ୍କର ମୁଣ୍ଡରେ ଆଘାତ ଲାଗିଛି ।ଅନ୍ୟ ବାଇକରେ ମାଣିକପୁର ପଞ୍ଚାୟତର କେନ୍ଦୁଆ ଗ୍ରାମର ବାପ ଗୁଲିଆ ମାରାଣ୍ଡି ଏବଂ ପୁଅ ବାରିକ ମାରାଣ୍ଡି(୧୨) ବାଇକରେ ଆସୁଥିଲେ ।ଦୁର୍ଘଟଣାରେ ପୁଅ ର ମୃତ୍ୟୁ ହୋଇଥିବାବେଳେ ବାପା ଗୁଲିଆର ଗୋଡ଼ ଭାଙ୍ଗି ଯାଇଛି ।ତଥା ,ଛାତି ,ହାତରେ ଗୁରୁତର ଆଘାତ ଲାଗିଛି ।ସେହିଭଳିଅନ୍ଯ ଏକ ଦୁର୍ଘଟଣାରେ ଦୁଇଜଣ ଗୁରୁତର ହୋଇଛନ୍ତି ।ସେମାନଙ୍କ ପରିଚୟ ମିଳି ନାହିଁ ।