ବିଦ୍ୟୁତ ସେବା ରୁ ବଞ୍ଚିତ ସୁରୁ ମୁଣ୍ଡା, ଶେଷରେ ଉପଜିଲ୍ଲାପାଳ ଙ୍କ ଦୁଆରସ୍ଥ ହେଲେ 

ରାଜ୍ୟ
ବାରିପଦା: ମୟୂରଭଞ୍ଜ ଜିଲ୍ଲାର  ବିଜାତଳା ବ୍ଲକର ଦୁର୍ଗମ ଅଂଚଳ ମାଣିକପୁର ପଂଚାୟତ ଅନ୍ତର୍ଗତ ନୂଆଗାଁର ସୁରୁ ମୁଣ୍ଡାଙ୍କୁ  ନିଜ ଘରେ ବିଦ୍ୟୁତ ସଂଯୋଗ ପାଇବା ପାଇଁ ଗତ ବର୍ଷ ଡିସେମ୍ବର ମାସରେ ବିଦ୍ୟୁତ ସେବା ପ୍ରଦାନକାରୀ ସଂସ୍ଥା ଟିପିଏନଓଡିଏଲର ଅନୁଭବ ସେବା କେନ୍ଦ୍ର ଅନଲାଇନ ମାଧ୍ୟମରେ ଆବେଦନ କରିଥିଲେ l ଏହା ପରେ ଟଙ୍କା ମଧ୍ୟ ପୈଠ କରିଥିଲେ l  ମାତ୍ର କୌଣସି ସୁଫଳ ନ ମିଳିବାରୁ  ସୁରୁ ମୁଣ୍ଡା ବହୁବାର ବିଦ୍ୟୁତ ଯୋଗାଣ ନିମନ୍ତେ ବିଭାଗୀୟ କାର୍ଯାଳୟକୁ ଦୌଡ଼ି ଦୌଡି ନୟାନ୍ତ ହୋଇଥିଲେ l ଟିପିଏନଓଡ଼ିଏଲ କର୍ମଚାରୀଙ୍କ ଅସହଯୋଗ ମନୋଭାବ ଯୋଗୁଁ ବିଦ୍ୟୁତ ସେବାରୁ ଆଜି ପର୍ଯ୍ୟନ୍ତ ବଞ୍ଚିତ ହୋଇଛନ୍ତି   l ଶେଷରେ  ବାଧ୍ୟ ହୋଇ ବାମନଘାଟି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ସୁରୁ ମୁଣ୍ଡା ଉପସ୍ଥିତ ହୋଇ  ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ  ଏକ  ଦାବି ପତ୍ର ପ୍ରଦାନ କରିଛନ୍ତି  l