ଅପ୍ରାକୃତିକ ଯୌନ ସମ୍ପର୍କ ଅଭିଯୋଗରେ ଅଭିଯୁକ୍ତ କୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

ରାଜ୍ୟ

ବାରିପଦା: ଏକ ଜନୈକ  ନାବାଳକ ସହିତ ହୋଇଥିବା ଅପ୍ରାକୃତିକ ଯୌନ ସମ୍ପର୍କ ସଂକ୍ରାନ୍ତ ମାମଲାର ବିଚାର କରି ମାନ୍ୟବର ଆଡ଼ ହକ ଆଡିସନାଲ ଜିଲ୍ଲା ଓ ଦୌରାଜଜ ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟ ଅଣ୍ଡାର ପୋକ୍ସ ଆକ୍ଟ ସନ୍ତୋଷ କୁମାର ନାୟକ ଅଭିଯୁକ୍ତ ମୟୁରଭଞ୍ଜ ଜିଲ୍ଲା ଜାମଦା  ଥାନା ଅନ୍ତର୍ଗତ ଲିପିଘୁଟୁ ଗ୍ରାମର ରଘୁନାଥ ମୁର୍ମୁ (25) କୁ ଦଫା 137(2) bns 2023  ଅନୁଯାୟୀ  ପାଞ୍ଚ ବର୍ଷ  ସଶ୍ରମ କାରାଦଣ୍ଡ ସମେତ ପାଞ୍ଚ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ତିନି ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି l ସେହିପରି ଦଫା 6 ଅଫ ପୋକ୍ସ ଆକ୍ଟ ଅନୁଯାୟୀ କୋଡିଏ ବର୍ଷ ସଶ୍ରମ କାରାଦଣ୍ଡ ସମେତ ପଚାସ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଏକ ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି l ଏ ସମସ୍ତ ଦଣ୍ଡାଦେଶ ଏକକାଳୀନ ଲାଗୁ କରିବା ପାଇଁ ରାୟରେ ଉଲେଖ କରାଯାଇଅଛି l  ଏଥି ସହିତ ଆଦାୟ ଜୋରିମାନା ଅର୍ଥ ପୀଡିତ ନାବାଳକ କୁ ଦେବା ପାଇଁ ନିର୍ଦେଶ ଦିଆଯାଇଅଛି l ମାମଲାର ବିବରାଣୀ ରୁ ପ୍ରକାଶ ଯେ  12-1-2025 ରିଖ  ନାବାଳକ ଜଣକ ଅପରାହ୍ନରେ ତାଙ୍କ ଘର ପଛପଟ ଏକ ଜଙ୍ଗଲ କୁ ଜାଳେଣି କାଠ ସଂଗ୍ରହ କରିବା ପାଇଁ ଯାଇଥିଲା l ଏହି ସମୟରେ ଅଭିଯୁକ୍ତ ରଘୁନାଥ ମୁର୍ମୁ ତା ସହିତ ଜୋର ଜବରଦସ୍ତ ଏହି  ଅପ୍ରାକୃତିକ ଯୌନ ସମ୍ପର୍କ କରିଥିଲା l ଏଥି ସହିତ ଏ କଥା କାହାରି ଆଗରେ ପ୍ରକାଶ କଲେ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇଥିଲା ନାବାଳକକୁ ଅଭିଯୁକ୍ତ l ନାବାଳକ ର ପିତା ଦିନ ମଜୁରିଆ କାମରେ ବାହାରକୁ ଯାଇ ସନ୍ଧ୍ୟାବେଳେ ଘରକୁ ଫେରିବାରୁ ପୁଅ କୁ ଖୋଜିଥିଲେ l ଏହି ସମୟରେ ଘର ପଛପଟେ ଥିବା ଜଙ୍ଗଲରୁ ପୁଅର କାନ୍ଦ ଶୁଣିବାକୁ ମିଳିଥିଲା l ତାକୁ ସେଠାରୁ ଗ୍ରାମବାସୀଙ୍କ ସହୟତରେ ଉଦ୍ଧାର କରି ଘରକୁ ଆଣିଥିଲେ l  ଏହାପରେ ତହିଁ ପରଦିନ ନ୍ୟାୟ ପାଇଁ ନାବାଳକ ର ପରିବାରଵର୍ଗ ଥାନାର ଦୁଆରସ୍ଥ ହୋଇଥିଲେ lଏ ବାବଦରେ  ଜାମଦା ଥାନାରେ କେସ ନମ୍ବର 4/13.1.2025 ରେ ଏକ ପୋକ୍ସ ମାମଲା ରୁଜୁ କରିବା ସହ ଅଭିଯୁକ୍ତ କୁ  ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା l ଆଜି ମାନ୍ୟବର ଅଦଲତ ପକ୍ଷରୁ ସମସ୍ତ ପାଞ୍ଚ ଜଣ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତି କରି ଚୂଡାନ୍ତ ରାୟ ପ୍ରକାଶ ପାଇଅଛି l ଏଥି ସହିତ କ୍ଷତପୁରଣ ବାବଦରେ ନାବାଳକ ନାମରେ ଏକ ରାଷ୍ଟ୍ରୟତ ବ୍ୟାଙ୍କ ରେ ଏକ ଲକ୍ଷ ଟଙ୍କା ପାଞ୍ଚ ବର୍ଷ ପାଇଁ ଜମା କରିବା କୁ ଜିଲ୍ଲା ଆଇନ ସେଲ କର୍ତୃପକ୍ଷ ଙ୍କୁ ରାୟରେ ଆଦେଶ  ଦିଆଯାଇଅଛି l ଉକ୍ତ କେସକୁ ସରକାରଙ୍କ ପକ୍ଷରୁ ଆଇନଜୀବୀ ମନୋରନଞ୍ଜ ପଟ୍ଟନାଏକ ପରିଚାଳନା କରିଥିଲେ l