ୱାକଫ୍‌ ବିଲ୍‌: ବିବେକ ଅନୁସାରେ ଭୋଟ୍‌ ଦେବାକୁ ନିଷ୍ପତ୍ତି ନେଲା ବିଜେଡି

ଦେଶ - ବିଦେଶ ରାଜ୍ୟ

ନୂଆଦିଲ୍ଲୀ: ସଂସଦରେ ବଜେଟ୍‌ ଅଧିବେଶନର ଆଉ ଦୁଇ ଦିନ ବାକି ଥିବା ବେଳେ ଗୁରୁବାର ରାଜ୍ୟସଭାରେ ଓ୍ୱାକଫ୍‌ (ସଂଶୋଧନ) ବିଲ୍‌ ଉପସ୍ଥାପନ ହୋଇଛି। ଏହାପୂର୍ବ ଦିନ ଲୋକସଭାରେ ୧୨ ଘଣ୍ଟାର ଜୋରଦାର ଆଲୋଚନା ପରେ ପାସ ହୋଇଥିଲା। ଏବେ ରାଜ୍ୟସଭାରେ ଏହାର ଭାଗ୍ୟ ନିର୍ଣ୍ଣୟ ହେବ।  ଏହି ସମୟରେ ବିଜେଡିର ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି । ଏହାରି ଭିତରେ ବିଜେଡି ସାଂସଦଙ୍କ ଟୁଇଟ୍ ମଧ୍ୟ ଚକିତ କରିଛି ।

ବିଜେଡି ଏହି ବିଲ୍‌ ଉପରେ ନିଜ ସାଂସଦଙ୍କୁ ହ୍ୱିପ୍‌ ଜାରି କରିନାହିଁ। ବରଂ ସେମାନଙ୍କୁ ନିଜ ବିବେକ ଅନୁସାରେ ଭୋଟ୍‌ ଦେବାକୁ କୁହାଯାଇଛି। ବିଜେଡି ସାଂସଦ ସସ୍ମିତ ପାତ୍ର ଏକ୍ସରେ ଲେଖିଛନ୍ତି, “ବିଜୁ ଜନତା ଦଳ ସବୁବେଳେ ଧର୍ମନିରପେକ୍ଷତା ଓ ସମାବେଶୀକରଣର ସିଦ୍ଧାନ୍ତକୁ ଧରିଛି। ଆମେ ସଂଖ୍ୟାଲଘୁ ସମ୍ପ୍ରଦାୟର ବିଭିନ୍ନ ମତାମତକୁ ଗମ୍ଭୀରତାର ସହ ବିଚାର କରିଛୁ। ତେଣୁ ଆମ ରାଜ୍ୟସଭା ସାଂସଦଙ୍କୁ ନ୍ୟାୟ, ସଦ୍‌ଭାବନା ଓ ସମସ୍ତଙ୍କ ଅଧିକାର ପାଇଁ ବିବେକ ଅନୁସାରେ ଭୋଟ୍‌ ଦେବାର ଦାୟିତ୍ୱ ଦେଇଛୁ। କୌଣସି ଦଳୀୟ ହ୍ୱିପ୍‌ ଜାରି ହୋଇନାହିଁ।”

ଏହା ପୂର୍ବରୁ ବିଜେଡି ଘୋଷଣା କରିଥିଲା ଯେ ସେ ରାଜ୍ୟସଭାରେ ଓ୍ୱାକଫ୍‌ ସଂଶୋଧନ ବିଲ୍‌, ୨୦୨୫ ଓ ମୁସଲମାନ ଓ୍ୱାକଫ୍‌ (ରିପିଲ୍‌) ବିଲ୍‌, ୨୦୨୪ ବିରୋଧ କରିବ। ସସ୍ମିତ ପାତ୍ର ଗଣମାଧ୍ୟମକୁ କହିଥିଲେ, “ଆମ ପକ୍ଷରୁ ରାଜ୍ୟସଭା ସାଂସଦ ମୁଜିବୁଲ୍ଲା ଖାନ ମୁସଲିମ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରି କଥା ରଖିବେ। ବିଲ୍‌ରେ ଥିବା ଦୁର୍ବଳତା ବିଜେଡି ସଂସଦରେ ଉଠାଇବ।”

https://x.com/sasmitpatra/status/1907772496310579445