1cbadc9f b8fb 48fe 948d 34447a1b792e

ବାଳାଶ୍ରମ ଅନ୍ତେବାସୀଙ୍କ ଗହଣରେ ନିଆରା ଢଙ୍ଗରେ ନିଜର ୪୮ତମ ଜନ୍ମଦିନ ପାଳନ କରିଛନ୍ତି ଯୁବ ସମାଜସେବୀ ରବି ଶରଣ ସିଂହ (ମିଲା)

ରାଜ୍ୟ

କଟକ : ବାଳାଶ୍ରମ ଅନ୍ତେବାସୀଙ୍କ ଗହଣରେ ନିଆରା ଢଙ୍ଗରେ ନିଜର ୪୮ତମ ଜନ୍ମଦିନ ପାଳନ କରିଛନ୍ତି ଯୁବ ସମାଜସେବୀ ରବି ଶରଣ ସିଂହ (ମିଲା)। କଟକ ସଦରର ପୂର୍ବତନ ବିଧାୟକ ତଥା ବିଶିଷ୍ଟ ଶ୍ରମିକ ନେତା ସ୍ୱର୍ଗତ ରାଜେନ୍ଦ୍ର ସିଂହଙ୍କ ସୁପୁତ୍ର ଶ୍ରୀ ସିଂହ ନୂଆପଡ଼ାସ୍ଥିତ ବାଳାଶ୍ରମ ପରିସରରେ ଶିଶୁମାନଙ୍କ ସହ ଏହି ଖୁସି ବାଣ୍ଟି ସମସ୍ତଙ୍କ ପାଇଁ ଏକ ପ୍ରେରଣାଦାୟୀ ଉଦାହରଣ ସୃଷ୍ଟି କରିଛନ୍ତି।

ଏହି କାର୍ଯ୍ୟକ୍ରମରେ କଟକ ସଦର ବିଧାୟକ ଇଂ. ପ୍ରକାଶ ସେଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ସିଂହଙ୍କ ଏତାଦୃଶ ମହତ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ। ଉପସ୍ଥିତ କୁନି କୁନି ପିଲାମାନଙ୍କ ଗହଣରେ କେକ୍ କଟାଯିବା ସହ ସେମାନଙ୍କୁ କେକ୍ ଖୁଆଇ ଆନନ୍ଦ ଉଲ୍ଲାସର ମୁହୂର୍ତ୍ତ ଉପଭୋଗ କରାଯାଇଥିଲା। ଏହି ଅବସରରେ ଅନ୍ତେବାସୀମାନଙ୍କୁ ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ମଧ୍ୟ ବଣ୍ଟନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ କର୍ପୋରେଟର ରାକେଶ ସ୍ୱାଇଁ, କୈଳାଶ ବସ୍ତିଆ, ରଞ୍ଜିତ ଜେନାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଓ କର୍ମକର୍ତ୍ତା ଉପସ୍ଥିତ ରହି ଶ୍ରୀ ସିଂହଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ସେହିପରି ସନ୍ଧ୍ୟା ସମୟରେ ଓଏମ୍‌ପି ଡାକବଙ୍ଗଳାଠାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଉପସ୍ଥିତିରେ ଏକ ସୌଜନ୍ୟମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାମ୍ବାଦିକମାନେ ଉତ୍ତରୀୟ ପ୍ରଦାନ ପୂର୍ବକ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ। ଗଣମାଧ୍ୟମ ସର୍ବଦା ନିର୍ଭୀକ ଭାବେ ନ୍ୟାୟ ଓ ସତ୍ୟର ସ୍ୱର ହୋଇ ରହୁ ବୋଲି ଶ୍ରୀ ସିଂହ ନିଜ ବକ୍ତବ୍ୟରେ କହିଥିଲେ। ଏହି ଉତ୍ସବରେ ବରିଷ୍ଠ ସାମ୍ବାଦିକ ନିରଞ୍ଜନ ପଟ୍ଟନାୟକ, ବିଶ୍ୱଜିତ ଧଳ, ମଣ୍ଟୁ ସାହୁ, ମନୋଜ ମହାନ୍ତି, ରଞ୍ଜନ ବେହେରା, ସନ୍ତୋଷ ବେହେରା, ରାଧାକାନ୍ତ ଦାସ ଏବଂ ସିଦ୍ଧାର୍ଥ ଶଙ୍କର ବରାଳ ପ୍ରମୁଖ ଉପସ୍ଥିତ ରହି ଶୁଭକାମନା ଜ୍ଞାପନ କରିଥିଲେ।