ଆଗରପଡ଼ାରେ ବିଜୁଙ୍କ ଜୟନ୍ତୀ ପାଳିତ

ରାଜ୍ୟ

ଆଗରପଡ଼ା :ପୂର୍ବତନ ମୁଖ୍ୟମଂତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଉପଲକ୍ଷେ ଆଗରପଡ଼ା ଠାରେ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି । ଡାଏଟ୍ ଛକଠାରେ ଥିବା ବିଜୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟ ପ୍ରଦାନ ପୂର୍ବକ ତାଙ୍କର ଗୁଣଗାନ କରାଯାଇଥିଲା । ବାଇକ୍ ଶୋଭାଯାତ୍ରାରେ ବଜାର ପରିକ୍ରମା କରାଯିବା ସହ ମେଡିକାଲରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା । ଏହିସବୁ କାର୍ଯ୍ୟକ୍ରମରେ ବିଧାୟକ ସଂଜୀବ ମଲ୍ଲିକ, ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ, ବରିଷ୍ଠ ବିଜେଡି ନେତା ପ୍ରଶାନ୍ତ ଦାଶ, ଲକ୍ଷ୍ମୀକାନ୍ତ ମହାନ୍ତି, ସତ୍ୟସାଧନ ବେଜ, ବିଜ୍ଞାନଭୂଷଣ ମହାନ୍ତି, ଚିନ୍ମୟ ଦାସ, ଦୀପକ ମହାନ୍ତି, ବସନ୍ତ ପତି, ସରପଞ୍ଚଚ ଶୁଭଦ୍ରା ସିଂହ, ପ୍ରକାଶ ବିଶ୍ୱାଳ, ନିହାର ରଞ୍ଜନ ପଣ୍ଡା ପ୍ରମୁଖଙ୍କ ସମେତ ଆଗରପଡ଼ା ଜୋନ ଅନ୍ତର୍ଗତ ୯ଗୋଟି ପଂଚାୟତର ବିଜୁ ପ୍ରେମୀ ସାମିଲ ଥିଲେ । ଅନୁରୂପ ଭାବେ ବନ୍ତରେ ମଧ୍ୟ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ବିଧାୟକ ଶ୍ରୀ ମଲ୍ଲିକଙ୍କ ସମେତ ବିଜେଡ଼ି ନେତୃବୃନ୍ଦ ଉପସ୍ଥିତ ଥିଲେ ।

Photo1 For The News Of Jayanti

Shrutilipi ad