- ଅଳଙ୍କାରିକ ସୌନ୍ଦର୍ଯ୍ୟ ଆଲୋକର ଉଦଘାଟନ
ବାରିପଦା : ବାରିପଦାସ୍ଥିତ ଅମ୍ବିକା ମନ୍ଦିର ଓ ଅମ୍ବିକା ମନ୍ଦିର ଠାରୁ ତାରିଣୀ ମନ୍ଦିର ରାସ୍ତାର ଅଳଙ୍କାରିକ ସୌନ୍ଦର୍ଯ୍ୟ ଆଲୋକକୁ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଉଦ୍ଘାଟନ କରିଛନ୍ତି । ଏହାସହ ଷ୍ଟେସନ ବଜାର ହାଟର ଉନ୍ନତିକରଣ ପାଇଁ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଠାରେ ହାଟର ଉନ୍ନତିକରଣ ସହ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ହେବ । ଏଥି ପାଇଁ 27 କୋଟି ଟଙ୍କାର ଏକ ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇଅଛି l ଏହି ଅବସରରେ ମନ୍ତ୍ରୀ ଡଃ ମହାପାତ୍ର ନିଜ ପ୍ରତିକ୍ରିୟାରେ ସ୍ଥାନୀୟ ଚାଷୀଙ୍କ ସୁବିଧା ପାଇଁ ମଧ୍ଯ ଏଠାରେ ଏକ କୃଷକ ବଜାର ନିର୍ମାଣ କରାଯିବ ବୋଲି ସୂଚନା ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ବାରିପଦା ବିଧାୟକ ପ୍ରକାଶ ସୋରେନ, ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଉପାଧ୍ୟକ୍ଷା ଶ୍ରୀମତୀ ସୀମା ଦାସ ବାରିପଦା ମ୍ୟୁନିସିପାଲଟି ର ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତ ଙ୍କ ସମେତ ସମସ୍ତ ୱାର୍ଡ଼ କାଉନସିଲର ମାନେ ଉପସ୍ଥିତ ରହିଥିଲେ।
