Img 20251211 wa0256

 ଓମଫେଡ୍ ପାର୍ଲର ଓ ନାଫେଡ ଷ୍ଟୋର ଲୋକାର୍ପିତ

ରାଜ୍ୟ
ବାରିପଦା: ଓମଫେଡ କୁ ପଞ୍ଚାୟତ ସ୍ତରରେ ପହଞ୍ଚାଇବା ପାଇଁ ବ୍ୟାପକ ପଦକ୍ଷେପ ନେଇଛନ୍ତି । ରାଜ୍ୟ ଏବଂ ରାଜ୍ଯ ବାହାରେ ଓମଫେଡ ଏକ ସ୍ଵତନ୍ତ୍ର ପରିଚୟ ଅଛି ।ଓମଫେଡ ର ପ୍ରଚାର,ପ୍ରସାର ଏବଂ ଗ୍ରାମାଞ୍ଚଳରେ ବ୍ୟବସାୟ କରିବା ସହ‌  ଗ୍ରାମାଞ୍ଚଳର ଲୋକଙ୍କ ଆର୍ଥିକ ବିକାଶରେ ସହାୟକ ହେଉଛି ।ଓମଫେଡ ଦୁଗ୍ଧ,ଦହି,ମିଠା ଦହି,ଛେନାପୋଡ଼,ଘିଅ ପ୍ରଭୃତି ସାମଗ୍ରୀ ପ୍ରସ୍ତୁତ ହେଉଛି ।ଏହାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଓମଫେଡ ସଂସ୍ଥା ସହାୟତାରେ ରାଜ୍ୟର ପ୍ରତ୍ୟେକ ଲ୍ଯାମ୍ପ,ସମବାୟ ସମିତି କାର୍ଯ୍ୟାଳୟରେ ଓମଫେଡ ପାର୍ଲର ଏବଂ ନାଫେଡ ଷ୍ଟୋର ଖୋଲିବା ପାଇଁ ପଦକ୍ଷେପ ନେବା  ସହ କାର୍ଯ୍ଯ ଆରମ୍ଭ କରିଛନ୍ତି l ଲ୍ଯାମ୍ପର ପରିଚାଳନା ନିର୍ଦେଶିକା ଲୋପାମୁଦ୍ରା ମହାନ୍ତ ଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ ଉଦଘାଟନୀ ଉତ୍ସବରେ  ନୂତନ ଗୃହରେ ଓମଫେଡ ପାର୍ଲର ଏବଂ ନାଫେଡ ଷ୍ଟୋର ମୁଖ୍ୟ ଅତିଥି ଜିଲ୍ଲା ଡିଆରସିଏସ ଅଶୋକ ପାଣି ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ  ଲ୍ଯାମ୍ପ ସଭାପତି ସୁଗଦା  ମାରାଣ୍ଡି, ଏଆରସିଏସ ତୁଷାରକାନ୍ତି ମହାନ୍ତି, କରଞ୍ଜିଆ ଏଆରସିଏସ ବସନ୍ତ ନାଏକ,ଏସଆରସିଏସ ମିର୍ଜା ହେମ୍ବ୍ରମ,ଓମଫେଡ ମେନେଜର ନିତିଶ କୁମାର ମହାରଣା  ପ୍ରମୁଖ  ଯୋଗଦେଇ ଫିତା କାଟି ଉଦଘାଟନ କରିଥିଲେ ।ଅତିଥି ଗଣ କହିଥିଲେ ଏଠାରେ ଚାଷୀ ଏବଂ ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ଦ୍ବାରା ଉତ୍ପାଡିତ ସାମଗ୍ରୀ ଉପଲବ୍ଧ‌ ହେବ ।ଚାଷୀମାନେ ଅଧିକ ଉତ୍ପାଦନ‌ କରିବା ସହ ବିକ୍ରୟ ପାଇଁ ହଇରାଣ ହରକତ ହେବେ ନାହିଁ ।ତେଣୁ ସମସ୍ତେ ସମବାୟ ସହ‌  ଜୋଡନ୍ତୁ ଏବଂ ଅଧିକରୁ ଅଧିକ  ବିଷୟ ଜାଣନ୍ତୁ ।ନାଫେଡରେ ଚାଷୀଙ୍କ ପ୍ରସ୍ତୁତ ଅଂଟା, ଚା, ହଳଦୀ, ବିରି, ମୁଗ, ବୁଟ, ସୋରିଷ ତେଲ ଇତ୍ୟାଦି ସାମଗ୍ରୀ ନାଫେଡ ସଂସ୍ଥା ଦ୍ଵାରା ସରକାର କ୍ରୟ କରି ଲ୍ଯାମ୍ପ ଜରିଆରେ ବିକ୍ରୟ କରୁଛନ୍ତି ।ତେଣୁ ନିଜ ଘର ପାଖରେ ଚାଷୀ ସୁସ୍ବାଦୁ ଓମଫେଡ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ  ସୁଲଭ ମୂଲ୍ଯରେ ଉପଲଵ୍ଧ ହେଵ ।ଓମଫେଡର ଚାହିଦା ପାଇଁ  ଚାଷୀମାନେ ଅଧିକ ଗୋପାଳନ କରି ଓମଫେଡକୁ ଉଚିତ ଦରରେ ବିକ୍ରୟ କରି ଦୁଇ ପଇସା ଲାଭ କରିବେ ।ଗୋମାତା ଆମ୍ଭକୁ ବହୁତ ଅଛି ଦେଇଛି ଗୋବର, ଦୁଗ୍ଧ , ଔଷଧୀୟ  ଗୋମୂତ୍ର, କ୍ଷୀର ଇତ୍ଯାଦି ।ଏହି କାର୍ଯ୍ୟକ୍ରମରେ ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଚାଷୀମାନେ ଯୋଗ ଦେଇଥିଲେ ।କାର୍ଯ୍ୟକ୍ରମ ପରିଚାଳନାରେ ଆଶୁତୋଷ ମହାନ୍ତ, ସଞ୍ଜିତା ବାରିକ, ରୁପାଲି ମହାନ୍ତ, କୃଷ୍ନ ମହାନ୍ତ, ଇନ୍ଦ୍ରଜିତ ବାରିକ, ବିଶ୍ବକଳ୍ପିତା ମହାନ୍ତ ସହଯୋଗ କରିଥିଲେ ।
Shrutilipi ad