ଆଗରପଡ଼ା: ବନ୍ତ ବ୍ଲକ ଅଧ୍ୟକ୍ଷଙ୍କ ସମେତ ୫ ଜଣ ସମିତିସଭ୍ୟ ଏବଂ ବ୍ଲକ ଛାତ୍ର ସଭାପତି ବିଜୁ ଜନତା ଦଳରୁ ଇସ୍ତଫା ଦେବା ପରେ ସୋମବାର ଚାରିଗାଁ ପଂଚାୟତ ସମିତିସଭ୍ୟ ଧରଣୀଧର କର ବିଜେଡି ଜିଲ୍ଲା ସଭାପତିଙ୍କୁ ନିଜ ଇସ୍ତଫା ପତ୍ର ପଠାଇ ଥିବାର ଜଣାପଡ଼ିଛି । ତାଙ୍କୁ ଦଳରେ ଅଣଦେଖା ସହ ପଂଚାୟତରେ ବିକାଶ କାର୍ଯ୍ୟ ଠିକ ଭାବେ ହେଉ ନଥିବାର ଅଭିଯୋଗ କରି ସେ ପ୍ରାଥମିକ ଓ ସକ୍ରିୟ ସଭ୍ୟ ପଦରୁ ଇସ୍ତଫା ଦେଇଥିବା କଥା ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ।

