IMG 20260205 WA0176

କେଉଟୁଣିମାରୀ ସ୍କୁଲର ବାର୍ଷିକ ଉତ୍ସବ “ମୟୁରୀ”

ରାଜ୍ୟ
ବାରିପଦା : ବାରିପଦା ନିକଟସ୍ଥ କୁଳିଅଣା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କେଉଟୁଣୀମାରି ର ୧୦ ତମ ବାର୍ଷିକ ଉତ୍ସବ “ମୟୁରୀ” ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ କୁଳିଅଣା ବ୍ଲକ ଶିକ୍ଷା କାର୍ଯ୍ୟାଳୟର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ସରସ୍ବତୀ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଭଲ ମଣିଷ ହେବା ପାଇଁ ଉପଦେଶ ଦେଇଥିଲେ I ମୁଖ୍ୟ ବକ୍ତା ଭାବେ କୁଳିଅଣା ବ୍ଲକର ମଙ୍ଗକ ସମ୍ପ୍ରସାରଣ ଅଧିକାରୀ ବାଙ୍କନାଥ ପ୍ରଧାନ ଯୋଗ ଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିବା ସହ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ I ସମ୍ମାନୀୟ ଅତିଥି ଭାବେ କେଉଟୁଣୀମାରି ସରପଞ୍ଚ ରମେଶ ଚନ୍ଦ୍ର ହାଁସଦା, ନୂତନ ପେନସନ ସଂଘର ଜିଲ୍ଲା ସଭାପତି  ହରେକୃଷ୍ଣ ବାରିକ, କୁଳିଅଣା ବ୍ଲକ ସଂଘ ର ସମ୍ପାଦକ ଶିବନାରାୟନ ମହାନ୍ତ, ଶିକ୍ଷକ ସତ୍ୟଜିତ ମହାନ୍ତ, ଅବସରପ୍ରାପ୍ତ ଶିକ୍ଷକ ଲିଙ୍ଗରାଜ ଭୂୟାଁ ଓ ଶିକ୍ଷୟତ୍ରୀ ଅନିତା ଶିଖର ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଦିଗ୍ଦର୍ଶନ ଦେଇ ଥିଲେ I  ସି ଆର ସି ସି ରାଜେଶ କୁମାର ପୃଷ୍ଟି, ପରିଚାଳନା କମିଟି ସଭାପତି ପୀତାମ୍ବର ବାରିକ ପ୍ରମୁଖ ଯୋଗଦେଇଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ତଥା ଏହି କାର୍ଯକ୍ରମର ସଭାପତି  ବିଷ୍ଣୁପ୍ରିୟ ପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ I ବିଦ୍ୟାଳୟର ଶିକ୍ଷୟତ୍ରୀ ମନ୍ଦାକିନୀ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିବା ବାଲେଶ୍ୱର ଶିକ୍ଷୟତ୍ରୀ ସାଗରିକା ସାହୁ ସହଯୋଗ କରିଥିଲେ ।  ବିଦ୍ୟାଳୟର ଶିକ୍ଷୟତ୍ରୀ ମୌସୁମୀ ସାହୁ ଏବଂ  ଶିକ୍ଷକ ସତ୍ୟରଞ୍ଜନ ଖିଲାରୀ ଧନ୍ୟବାଦ ପ୍ରଦାନ କରିଥିଲେ I ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବାଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା I ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।