ବାରିପଦା: ଆଜି ସକାଳୁ ଜଣେ ଯୁବକର ମୃତଦେହ କୁ ପୋଲିସ ଉଦ୍ଧାର କରିଅଛି l ମୃତକ ଜଣକ ହେଲା ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ଖପରାପାଳ ଗ୍ରାମର ଗଣେଶ ହେମ୍ବ୍ରମ l ଗଣେଶ ଗତକାଲି ଖୁଣ୍ଟା ସାପ୍ତାହିକ ହାଟକୁ ଯାଇ ଆଉ ରାତ୍ରିରେ ଘରକୁ ଫେରିନଥିଲେ l ଆଜି ସକାଳୁ ବଡ଼ଖୁଣ୍ଟା ଅଞ୍ଚଳର ରାସ୍ତା କଡ଼ରେ ତାଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବାର ଲୋକମାନେ ଦେଖିବାଜୁ ପାଇ ପୋଲିସ କୁ ଖବର ଦେଇଥିଲେ l ତାଙ୍କୁ କେହି ଦୁବୃତ୍ତ ପଥରରେ ଚେଛି ହତ୍ୟା କରିଥିବାର ସନ୍ଧେହ କରାଯାଉଅଛି l ମୃତଦେହ ପାଖରେ ଏକ ବାଇକ ଚାବିକାଠି ପଡିଅଛି l ଏ ବାବଦରେ ଖୁଣ୍ଟା ଥାନାରେ ଏକ ହତ୍ୟା ମାମଲା ରୁଜୁ କରିବା ସହ ପୋକିସ ସାଇଣ୍ଟିଫିକ ଟିମ ସାହାଯ୍ୟରେ ତଦନ୍ତ ଜାରିରଖିଅଛି l

