ବାରିପଦା – ତା :- ୨୦/୦୨/ ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୨୨ ନଂ ୱାର୍ଡ ସ୍ଥିତ ରଘୁନାଥପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ “ବସୁଧା” ଅନୁଷ୍ଠିତ ହୋଇଯାଇଛି I ପ୍ରଧାନ ଶିକ୍ଷୟତ୍ରୀ ଶୁବାସିନୀ ପାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାରିପଦା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ପ୍ରସାଦ ବଳ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପସ୍ୱିନୀ ଦାଶ ଓ ବ୍ରଜମୋହନ ମୁର୍ମୁ, ଶିକ୍ଷକ ନେତା ପୂର୍ଣ୍ଣାନନ୍ଦ ଆଚାର୍ଯ୍ୟ, ପ୍ରଦୀପ କୁମାର ନାଥ, ସୁଶୀଲ ପଣ୍ଡା ଓ ଗୋପାଳ ଲେଙ୍କା ପ୍ରମୁଖ ଉପସ୍ଥିତ ରହି କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରି ପ୍ରତିଭା ମାନଙ୍କୁ ଉତ୍ସାହିତ କରିଥିଲେ I ନିମନ୍ତ୍ରିତ ଅତିଥି ଭାବେ ଶିକ୍ଷକ ସତ୍ୟ ବେହେରା, ନାରାୟଣ କିଙ୍କର ଦତ୍ତ, ଶ୍ରୀପଦ ମଞ୍ଜରୀ କର, କମଳ ଲୋଚନ ମହାକୁଡ଼, ପ୍ରଦୀପ ଦେ ଓ ସି ଆର ସି ସି ବୃନ୍ଦ ଉପସ୍ଥିତ ଥିଲେ I ସଂଗୀତରେ ୱାଜିଦା ଫାତମିନ ଓ ପାର୍ବତୀ ମୁର୍ମୁ, ଚିତ୍ରାଙ୍କନରେ ଅମିତ ବେଶ୍ରା ଓ ପାର୍ବତୀ ମୁର୍ମୁ, ଗଣିତ ଦୌଡରେ ସୁରଭି ସିଂ ଓ ଆୟୁଷ କୁମାର ସିଂ, ଝୋଟି ପ୍ରତିଯୋଗିତାରେ ସୁରଭି ସିଂ ଓ କମଲ ସାହା ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିବା ବେଳେ ଅନ୍ୟାନ୍ୟ ଖେଳାକୁଦ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା I ଗୌତମ ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ସିଦ୍ଧେଶ୍ୱର ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ I ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା l
