Detained men 1068x601

ବନ୍ଧୁକ ଧରି ଶ୍ରୀଲିଙ୍ଗରାଜ ମନ୍ଦିରରେ ପଶିଲା ଯୁବକ

ରାଜ୍ୟ

ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମନ୍ଦିରରେ ପଶିଲା ବନ୍ଧୁକଧାରୀ ଯୁବକ। ଆନନ୍ଦ ବଜାରରେ କିଛି ସେବାୟତ ଉକ୍ତ ଯୁବକକୁ କାବୁକରି ଫାଣ୍ଡି ପୁଲିସ ଜିମା ଦେଇଛନ୍ତି। ଉକ୍ତ ଯୁବକକୁ ଶ୍ରୀଲିଙ୍ଗରାଜ ଥାନାକୁ ହସ୍ତାନ୍ତର କରାଯାଇଛି। ସନ୍ଦିଗ୍ଧ ଯୁବକ ହେଲେ କେନ୍ଦୁଝର ଜିଲା ଘଷିପୁରା ଥାନା ଅଞ୍ଚଳର ବିକ୍ରମ ସ୍ବାଇଁ। ସେ ନିଜକୁ ଜଣେ ପିଏସଓ ବୋଲି ସେବାୟତଙ୍କୁ ପରିଚୟ ଦେଇଛି। ଉକ୍ତ ଯୁବକ ସହ ଅନ୍ୟଜଣେ ଯୁବକ ସାଙ୍ଗରେ ଥିଲେ। ସେ ହେଲେ କଟକରେ ଏକ ମୋବାଇଲ ଦୋକାନ କରିଥିବା ଜଗତସିଂହପୁର ଜିଲାର ଦେବାଶିଷ ମହାରଣା।

କେଉଁ ପରିସ୍ଥିତିରେ ଯୁବକ ସାଦା ପୋଷାକରେ ଅଣ୍ଟାରେ ବନ୍ଧୁକ ଖୋସି ମନ୍ଦିର ଭିତରେ ପଶିଥିଲେ ତାହାକୁ ନେଇ ସନ୍ଦେହ ସୃ​‌ଷ୍ଟି କରିଛି। ଏ ନେଇ ଫାଣ୍ଡି ଅଧିକାରୀ ଏଏସ୍‌ଆଇ ସୁବାସ ନାୟକ ପୁଲିସ ପିସିଆର ଡ଼ାକି ଯୁବକକୁ ଶ୍ରୀଲିଙ୍ଗରାଜ ଥାନାକୁ ପଠାଇଛନ୍ତି। ଯୁବକ ସହ ତା’ର ମାଲିକକୁ ଶ୍ରୀଲିଙ୍ଗରାଜ ଥାନା ଜିମା ଦିଆଯାଇଛି। ପୁଲିସ ଉଭୟଙ୍କୁ ଅଟକ ରଖି ପଚରାଉଚରା କରୁଛି।

Shrutilipi ad