Img 20250821 wa0170

ରାସ୍ତା  ପାଲଟିଛି ମରଣଯନ୍ତା, ମରାମତି ପାଇଁ ଜଣସାଧାରଣଙ୍କ ଦାବୀ

ରାଜ୍ୟ
ବାରିପଦା – ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ କଇଁପୁର ଗାଁ ଦେଇ ଯାଇଥିବା ଆର.ଡ଼ି ରାସ୍ତା ଦୀର୍ଘ ବର୍ଷରୁ ମରାମତି ଅଭାବରୁ ବଡ଼ବଡ଼ ଖାଲରେ ପରିଣତ ହେବା ସହ ବର୍ଷାରେ ରାସ୍ତାଟି କାଦୁଅ ପଚ୍ ପଚ୍ ହୋଇପଡ଼ିଛି |ଉକ୍ତ ରାସ୍ତା ଦେଇ ତେଣ୍ଡେରା,ରମାପାହାଡ଼ି,ଶାଗଯୋଡ଼ି,ମଧୁପୁର,ଉପରଜାମଦା,ଜାମଦା,ମାନବୀର,ତାରଣା ଆଦି ଗ୍ରାମବାସୀ ଦୂରଦୂରାନ୍ତକୁ ଯାଆସ କରିଥାନ୍ତି ଏବଂ ଦୈନିକ କଲେଜ ,ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଏହି ରାସ୍ତା ଦେଇ ଯିବା ଆସିବା କରିଥାନ୍ତି |ଏଇ କିଛି ଦିନ ପୂର୍ବରୁ ରାସ୍ତାରେ ସୃଷ୍ଟି ହୋଇଥିବା ଖାଲ ଖମାରରେ  ଲୋକମାନେ ବାଇକ୍ରେ  ଦୁର୍ଘଟଣା ହେତୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସା ହୋଇଥିବାର ସୂଚନା ପ୍ରାପ୍ତ ହୋଇଥିଲା |ତେବେ ସୂଚନାନୁସାରେ ଉକ୍ତ ରାସ୍ତା ମରାମତି ହେବା ନିମନ୍ତେ ରାସ୍ତା କଡ଼ରେ ବାଲି,ମେଟାଲ ପଡ଼ିଥିଲେ ସୁଦ୍ଧା ଏଯାଏଁ କାର୍ଯ୍ୟ ଆରମ୍ଭ ହୋଇନାହିଁ କାହିଁକି କଇଁପୁରବାସୀଙ୍କ ମନରେ ବିରାଟ ପ୍ରଶ୍ନବାଚୀ | ତେଣୁ ଯଥାଶୀଘ୍ର ରାସ୍ତା ମରାମତି ପାଇଁ ଜିଲ୍ଲାପାଳ   ଗୁରୁତ୍ବ ସହକାରେ ଦୃଷ୍ଟି ଦେବାକୁ ଉକ୍ତ ଅଞ୍ଚଳର ପ୍ରଶ୍ନ କୁମାର ଶତପଥୀ, ବିକାଶ ନାୟକ, ବିଷ୍ଣୁ ମଣ୍ଡଳ, ମନୋଜ ମଣ୍ଡଳ ,ସଚ୍ଚିନ୍ଦ୍ର ମହାନ୍ତ ପ୍ରମୁଖ ଙ୍କ ସମେତ ଅଞ୍ଚଳବାସୀ ନିବେଦନ  କରିଛନ୍ତି |
Shrutilipi ad