00000

ଜାତୀୟସ୍ତରୀୟ ଗୋଶାଳା କପ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ 

ରାଜ୍ୟ
ବାରିପଦା  :  ସ୍ଥାନୀୟ ତୁଳସୀଚଉରା ଦୁର୍ଗାପୂଜା ପଡିଆରେ ଫ୍ରେଣ୍ଡସ ୟୁନିୟନ ଓ ଶ୍ରୀଦୁର୍ଗା ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ସ୍ତରୀୟ ଗୋଶାଳା କପ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟର ୩ୟ ଦିନର ୧ମ ମ୍ୟାଚରେ ମହାକାଳ ଦଳ ୫୦ ରନରେ ଦାନୀ ଏକାଦଶ କୁ ପରାସ୍ତ କରିଛି । ମହାକାଳ ଦଳ ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ୭ ଉଇକେଟ ହରାଇ ୧୯୫ ରନ ସଂଗ୍ରହ କରିଥିବା ବେଳେ ଦାନୀ ଏକାଦଶ ୧୨ ଓଭରରେ ୭ ଉଇକେଟ ହରାଇ ୧୪୫ ରନ ସଂଗ୍ରହ କରିପାରିଥିଲେ । ୨ୟ ମ୍ୟାଚରେ ଜଗନ୍ନାଥ ୱରିୟାର୍ସ ୫ ଉଇକେଟରେ ପରି ଚାଲେଞ୍ଜର୍ସ କୁ ପରାସ୍ତ କରିଥିଲେ । ପରି ଚାଲେଞ୍ଜର୍ସ ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ୭ ଉଇକେଟ ହରାଇ ୧୬୫ ରନ ସଂଗ୍ରହ କରିଥିବା ବେଳେ ଜଗନ୍ନାଥ ୱରିୟାର୍ସ ୧୧. ୫ ଓଭରରେ ୫ ଉଇକେଟ ହରାଇ ୧୬୯ ରନ ସଂଗ୍ରହ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲେ ।  ରତିକାନ୍ତ ଦାସ, ଲକ୍ଷ୍ମୀଧର ସିଂ ଓ ଗଦାଧର ନାୟକ ଖେଳ ପରିଚାଳନା କରିଥିବା ବେଳେ କରନ ଖାନ ସ୍କୋରିଂରେ ସହାୟତା କରିଥିଲେ । ପଙ୍କଜ ମହାକୁଡ଼ ଧାରା ବିବରଣୀ ପ୍ରଦାନ କରିଥିଲେ । ୨ୟ ଦିନରେ ଏଞ୍ଜେଲ ରଣା ୪ ରନରେ ପରି ଚାଲେଞ୍ଜରକୁ, ମହାକାଲ ୫ ଉଇକେଟରେ ମୟୁରଭଞ୍ଜ ରୟାଲ କୁ, ଏଞ୍ଜେଲ ରଣା ୬୧ ରନରେ ରୁଦ୍ରାକ୍ଷ୍ୟ ଦଳକୁ ଏବଂ ଶେଷ ମ୍ୟାଚରେ ପ୍ଲେ ବେକ ଚାଲେଞ୍ଜର ୩ ଉଇକେଟରେ ଦାନୀ ଏକାଦଶ କୁ ପରାସ୍ତ କରିଥିଲେ । ଅତିଥି ଭାବେ ଯୋଗଦେଇ ୨୧ନଂ ୱାର୍ଡ କାଉନସିଲର ଲକ୍ଷ୍ମୀଧର ହାବଡ଼ା, ନାରୀନେତ୍ରୀ ଶୋଭାରାଣୀ ଓତା ଓ ମଣ୍ଡଳ ସଭାପତି ସୁବ୍ରତ ମୁଖି ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କମିଟିର ସଭାପତି ସୌମ୍ୟ ରଞ୍ଜନ ମିଶ୍ର, ଉପ ସଭାପତି ରତିକାନ୍ତ ଦାସ, ସାଙ୍ଗଠନିକ ସମ୍ପାଦକ ସରୋଜ ଶତପଥି ଉପସ୍ଥିତ ଥିଲେ ।