1

ଗଛମୂଳରେ ଆଶ୍ରୟ ନେଇଥିଲେ: ବଜ୍ରପାତରେ ଯୁବକ ମୃତ, ୩ ଜଣ ଗୁରୁତର

ରାଜ୍ୟ

ବାଙ୍ଗିରିପୋଷି : ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଅଞ୍ଚଳରେ ରବିବାର ବଜ୍ରପାତ ଘଟିଛି। ଏଥିରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବ‌େଳେ ଅନ୍ୟ ତିନି ଜଣ ଗୁରୁତର ଅଛନ୍ତି। ମୃତକ ହେଲେ ଭୀମ ଚରଣ ମାରାଣ୍ଡି (୨୫)।
ନିଶ୍ଚିନ୍ତା ପଞ୍ଚାୟତ ଗୋହିରାପାଳ ଗ୍ରାମର ଭୀମ ଚରଣ ମାରାଣ୍ଡି ଓ ଭୋଳାଗଡ଼ିଆ ଗ୍ରାମର ଜଗନ୍ନାଥ ମାରାଣ୍ଡି (୪୦) ଆଜି ଦିନ ଗୋଟାଏ ସମୟରେ ଗୋରୁ ଆଣିବା ପାଇଁ ଗୋହିରାପାଳ ଜାହିରାକୁ ଯାଇ ‌ଥିଲେ। ଏହି ସମୟରେ କଳାହାଣ୍ଡିଆ ମେଘ ସହ ଆରମ୍ଭ ହୋଇଯାଇଥିଲା। ବର୍ଷାରୁ ରକ୍ଷା ପାଇବା ପାଇଁ ଉଭୟ ଭୀମ ଓ ଜଗନ୍ନାଥ ଏକ ଗଛ ମୂଳେ ଆଶ୍ରୟ ନେଇ ଥିବା ବେଳେ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ଭୀମ ମାରାଣ୍ଡିଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଜଗନ୍ନାଥଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ପରେ ତାଙ୍କୁ ବାରିପଦା ଚିକିତ୍ସା ପାଇଁ ପଠାଯାଇଛି।
ସେହିପରି ନିଶ୍ଚିନ୍ତା ପଞ୍ଚାୟତର ଭୋଳାଗଡ଼ିଆର ମାଇଦି ସୋରେନ (୨୬) ଓ ରାମଚନ୍ଦ୍ର ସୋରେନ ୭ ବର୍ଷ ମଧ୍ୟ ଆହତ ହୋଇଛନ୍ତି। ତାଙ୍କୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଚାଲିଛି।

Shrutilipi ad