ପୁରୀ : ପୁରୀ ବଳଙ୍ଗାରେ ନାବାଳିକାଙ୍କୁ ଜାଳିଦେବା ଘଟଣାରେ ସ୍ପେଶାଲ ଟିମ୍ । ବିଳମ୍ବିତ ରାତିରେ ପୀଡ଼ିତାଙ୍କ ଘରେ ସ୍ବତନ୍ତ୍ର ଟିମ୍ ପହଞ୍ଚି ଛାନଭିନ କରୁଛି । ବଳଙ୍ଗା ବଜାରର ଅନେକ ଅଳଙ୍କାର ଦୋକାନରେ ପଚରାଉଚରା କରୁଛି ।
କେଉଁଠୁ ଆସିଲା ରୁପା ମୁଦି ଛାନବିନ କରୁଛି ପୋଲିସ । ପୀଡ଼ିତାଙ୍କ ସାଙ୍ଗ ଘରେ ଚାଲିଛି ପଚରାଉଚରା । ସେଠାରୁ କିଛି ତଥ୍ୟ ମିଳିବା ଆଶାରେ ଚାଲିଛି ସନ୍ଧାନ। ପୁରୀ ଅତିରିକ୍ତ SP, ପିପିଲି SDPO ସମେତ ସ୍ପେଶାଲ ଟିମ୍ ତଦନ୍ତ କରୁଛି ।
କିରୋସିନ କେଉଁଠୁ ଆସିଲା ସେନେଇ ତନାଘନା ଚଳାଇଛି । ୩ ଦିନ ହେଲାଣି ହେଲେ ଏଯାଏଁ ପୋଲିସର ହାତ ଖାଲି । ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରୁନି ପୋଲିସ । ଏପର୍ଯ୍ୟନ୍ତ ପରିବାର ସଦସ୍ୟଙ୍କ ସହ ୮ ଜଣଙ୍କୁ ଜେରା କରାଗଲାଣି ।
ଗତକାଲି ପୋଲିସ ଡିଜି ପୁରୀ ଏସପି, କେନ୍ଦ୍ରାଞ୍ଚଳ ଆଇଜିଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳ ଓ ପୀଡିତାଙ୍କ ଘରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେପଟେ ଦିଲ୍ଲୀ ଏମସରେ ସଙ୍କଟାପନ୍ନ ଅବସ୍ଥାରେ ଚାଲିଛି ପୀଡ଼ିତାଙ୍କ ଚିକିତ୍ସା ।
ବର୍ଣ୍ଣସ ଆଣ୍ଡ ପ୍ଲାଷ୍ଟିକ ସର୍ଜରୀ ବିଭାଗର ବର୍ଣ୍ଣ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି । ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି ଏବଂ ସେ ଅକ୍ସିଜେନ ସପୋର୍ଟ ସିଷ୍ଟମରେ ଅଛନ୍ତି । ଡାକ୍ତରୀ ଟିମ୍ ତାଙ୍କ ସ୍ୱସ୍ଥ୍ୟବସ୍ଥାର ଅନୁଧ୍ୟାନ କରୁଛନ୍ତି ।

