Screenshot 2025 05 28 172421

କେନ୍ଦ୍ର ପରିବେଶ ମନ୍ତ୍ରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର; ସମ୍ବଲପୁର ଚିଡ଼ିଆଖାନାର ଉନ୍ନତିକରଣ ଉପରେ ଗୁରୁତ୍ୱାରୋପ

ଦେଶ - ବିଦେଶ ରାଜ୍ୟ

ଭୁବନେଶ୍ବର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ସହ ସାକ୍ଷାତ କରିଛନ୍ତି । ସାକ୍ଷାତ ସମୟରେ ସମ୍ବଲପୁର ଚିଡ଼ିଆଖାନାର ଉନ୍ନତିକରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏଥିସହ ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ବ୍ୟାଘ୍ର ସଂରକ୍ଷଣ ମାନ୍ୟତା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଏହା ଦ୍ବାରା ଅଞ୍ଚଳରେ ବାଘ ସଂରକ୍ଷଣକୁ ପ୍ରୋତ୍ସାହିତ କରାଯାଇ ପାରିବ ଏବଂ ପର୍ଯ୍ୟଟନର ବିକାଶ ହେବ।

ସୂଚନାଥାଉକି, ସମ୍ବଲପୁର ଚିଡ଼ିଆଖାନା ପରିଦର୍ଶନ ସମୟରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ସମ୍ବଲପୁର ଚିଡ଼ିଆଖାନାକୁ ଓଡ଼ିଶାର ଦ୍ୱିତୀୟ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଭାବରେ ବିକଶିତ କରିବାର ଯୋଜନା ଘୋଷଣା କରିବାର ଚାରି ଦିନ ପରେ ପରିବେଶ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ଭେଟିଛନ୍ତି। ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କହିଛନ୍ତି , ସମ୍ବଲପୁର ଚିଡ଼ିଆଖାନାକୁ ମଧ୍ୟମ ଚିଡ଼ିଆଖାନା ବର୍ଗରେ ସମ୍ପ୍ରସାରଣ ଏବଂ ଉନ୍ନତିକରଣ ପାଇଁ ତାଙ୍କର ହସ୍ତକ୍ଷେପ ପାଇଁ ଅନୁରୋଧ କରିଛି। ଏହି ସମ୍ପ୍ରସାରଣ ନୂତନ ପ୍ରଜାତିକୁ ସାମିଲ କରିବା ସହିତ ଶିକ୍ଷା ଏବଂ ଗବେଷଣା ସୁବିଧାର ବିକାଶକୁ ସହଜ କରିବ । ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ବ୍ୟାଘ୍ର ସଂରକ୍ଷଣ ମାନ୍ୟତା ପାଇଁ ମଧ୍ୟ ଅନୁରୋଧ କରାଯାଇଛି, ଯାହା ଏହି ଅଞ୍ଚଳରେ ବାଘ ସଂରକ୍ଷଣକୁ ପ୍ରୋତ୍ସାହିତ କରିବ ଏବଂ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବ।

ଗତ ରବିବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଚିଡ଼ିଆଖାନା ପରିଦର୍ଶନ କରିବା ସହ ଏହାକୁ ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ଓଡ଼ିଶାର ଦ୍ୱିତୀୟ ନନ୍ଦନକାନନ କରିବା ପାଇଁ ଯୋଜନା କରାଯିବ ବୋଲି କହିଥିଲେ । ଆହୁରି ମଧ୍ୟ କହିଥିଲେ ସମ୍ବଲପୁରକୁ ସବୁଜ ସହରରେ ପରିଣତ କରାଯିବ । ଏଥିପାଇଁ ୩ ମାସରେ ୧ ଲକ୍ଷରୁ ଅଧିକ ଗଛ ଲାଗିବ । ବିଶ୍ୱ ପରିବେଶ ଦିବସ ଜୁନ୍ ୫ରୁ, ଜୁଲାଇ ଓ ଅଗଷ୍ଟ ମାସ ପର୍ଯ୍ୟନ୍ତ ଗଛ ଲାଗିବ । ଜିଲ୍ଲା ପ୍ରଶାସନ ଓ ବନ ବିଭାଗ ସହ ଏହି ଅଭିଯାନରେ ବହୁ ସାମାଜିକ ସଂଗଠନ, ବୁଦ୍ଧିଜୀବୀ, ମାତୃଶକ୍ତି, ସ୍କୁଲ କଲେଜର ଛାତ୍ରଛାତ୍ରୀମାନେ ସାମିଲ ହେବେ ।

Shrutilipi ad