IMG 20260110 WA0176

ପୂର୍ବତନ ସରପଞ୍ଚ ମୃତ୍ୟୁଞ୍ଜୟ ପତିଙ୍କ ପରଲୋକ

ରାଜ୍ୟ
ବାରିପଦା : ଶୁଳିଆପଦାବ୍ଲକ ଅନ୍ତର୍ଗତ ଦେଉଳି ପଞ୍ଚାଯତ ବିଜୟ କୃଷ୍ଣ ଚନ୍ଦ୍ରପୁର ଅଞ୍ଚଳର ବିଶିଷ୍ଟ ରାଜନେତା ମୃତ୍ୟୁଞ୍ଜୟ ପତି ( ପାଗଲା ନନା ) ଙ୍କ ପରଲୋକ ଘଟିଛି । ସେ ଦେଉଳି ଗ୍ରାମ ପଞ୍ଚାୟତରେ ୧୯୮୫-୯୦ ମହିହା ପର୍ଯ୍ୟନ୍ତ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ସେହି ସମୟରେ ବିଜୁ ପଟନାୟକଙ୍କ ନେତୃତ୍ବ ସମୟରେ ଜନତା ଦଳ ତରଫରୁ ବାରିପଦା ନିର୍ବାଚନ ମଣ୍ଡଳୀର ସଭାପତି ଭାବେ ଦାୟିତ୍ଵ ତୁଲାଇଥିଲେ । ପରବର୍ତ୍ତୀ ସମୟରେ ମୋରଡ଼ା ନିର୍ବାଚନ ମଣ୍ଡଳୀ ଗଠିତ ହୋଇଥିଲା । ବିଜୁ ବାବୁଙ୍କ ପରେ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ ତରଫରୁ ମୋରଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶୁଳିଆପଦା ବ୍ଲକ ସଭାପତି ଭାବେ ଦାୟିତ୍ବ ତୁଲାଇଥିଲେ। ପୁଣି ପରବର୍ତ୍ତୀ ସମୟରେ ବିଜେଡି ତରଫରୁ ମୟୂରଭଞ୍ଜ ଜିଲ୍ଲାର ସାଧାରଣ ସମ୍ପାଦକ ଭାବେ ଦାୟିତ୍ଵ ତୁଲାଇଥିଲେ । ମୃତ୍ୟୁଞ୍ଜୟ ୧୯୪୦ ମସିହାରେ ଜନ୍ମଗ୍ରହଣ କରିଥିଲେ। ୮୫ ବର୍ଷୀୟ ବୃଦ୍ଧ ହେତୁ କିଛି ମାସ ହେବ ତାଙ୍କ ଶରୀର ଅସୁସ୍ଥ ଥିଲା ।  ମୃତ୍ୟୁ ଖବର ପାଇ ବନ୍ଧୁବାନ୍ଧବଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ଗଣେଶ ପତି, ପୁତ୍ରବଧୂ ବୀଣାପାଣି ପତି, ଦୁଇ ଝିଅ ଇନ୍ଦିରା, ଚନ୍ଦ୍ରିକା, ଦୁଇ ଜାମାତା, ପୁତ୍ର ଗଣେଶ, ପୁତ୍ର ବଧୂ,, ନାତି ଓ ନାତୁଣୀ ମାନେ ତଥା  ପରିବାର ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ I
Shrutilipi ad