Img 20251213 wa0198

ପି ସି ପୁର କ୍ଲଷ୍ଟର ସ୍ତରୀୟ”ଆସ ସ୍କୁଲ ଯିବା” କାର୍ଯ୍ୟକ୍ରମ ଅନୁଷ୍ଠିତ 

ରାଜ୍ୟ
ବାରିପଦା : ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧୫ ନଂ ୱାର୍ଡରେ ସ୍ଥିତ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପି ସି ପୁର କ୍ଲଷ୍ଟର ସ୍ତରୀୟ”ଆସ ସ୍କୁଲ ଯିବା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ସି ଆର ସି ସି ଧନଞ୍ଜୟ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କାଉନସିଲର ନିରୁପମା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌମ୍ୟ ଦାଶ, ବରିଷ୍ଠ ଶିକ୍ଷକ ସୋମନାଥ ସିଂହ ତଥା କ୍ଲଷ୍ଟରର ଶିକ୍ଷକ ଶିକ୍ଷୟତ୍ରୀ, ପରିଚାଳନା କମିଟିର ସଭ୍ୟ ସଭ୍ୟା ତଥା ଅଭିଭାବକ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ I ଶିକ୍ଷା ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟ ବାହାରେ ଥିବା ପିଲାମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ଉପରେ ସି ଆର ସି ସି ଗୁରୁତ୍ୱାରୋପ କରିଥିଲେ I ନିକଟ ଅତୀତରେ ଶିକ୍ଷକ/ଶିକ୍ଷୟତ୍ରୀ ଙ୍କ କରାଯାଇଥିବା ସର୍ଭେ ଅନୁସାରେ ପି ସି ପୁର କ୍ଲଷ୍ଟର ଅନ୍ତର୍ଗତ ବିଦ୍ୟାଳୟ ବାହାରେ ଥିବା ୧୩ ଜଣଙ୍କ ମଧ୍ୟରୁ ୯ ଜଣଙ୍କୁ ବିଦ୍ୟାଳୟ ମାନଙ୍କରେ ନାମଲେଖା ସରିଛି ଓ ବାକି ୪ ଜଣଙ୍କୁ ବିଦ୍ୟାଳୟରେ ନାମ ଲେଖାଇବାକୁ ସି ଆର ସି ସି ଶ୍ରୀ ସାହୁ ପରାମର୍ଶ ଦେଇଥିଲେ I
Shrutilipi ad