ବାରିପଦା : ମୟୂରଭଂଜ ଜିଲ୍ଲାରେ ଦିର୍ଘ ଦେଢ ମାସରୁ ଉର୍ଦ୍ଧ୍ବ ବର୍ଷା ବିତ୍ପାତ ଲାଗି ରହିଛି ।ବହୁ ପୁରୁଣା ଘର କାନ୍ଥ,ଚାଳ,ଖପର ଭାଙ୍ଗିଗଲାଣି ।ବହୁ ପରିବାର ବେଘର ହୋଇଗଲାଣି । ପୋଲିଥିନ ହିଁ ସାହା ଭରଷା ।ଆଜି ରବିବାର ଅପରାହ୍ନରେ ମୟୁରଭଞ୍ଜ ଜିଲ୍ଲା ପୁରୁଣାପାଣି ପଞ୍ଚାୟତ ଅନ୍ତର୍ଗତ ଦୁବୁଲାବେଡା ଗ୍ରାମର ପଙ୍କଜ ରାଉତ ପରିବାର ଖାଇପିଇ ଗଡୁଥିବାବେଳେ ଅପରାହ୍ନ ୪.୩୦ ଟା ପାଖାପାଖି ସମୟରେ ଘରର କାନ୍ଥ,ଚାଳ,ଆଜବେଷ୍ଟସ ଗଳି ପଡ଼ିଲା ।ପଙ୍କଜ ରାଉତ,ତାର ୭୦ ଵର୍ଷିୟା ବୃଦ୍ଧା ମାତା,ସ୍ତ୍ରୀ ଏବଂ ଛୋଟ ଝିଅ ଘର ଭାଙ୍ଗି ପଡ଼ୁଥିବା ଶବ୍ଦ ଶୁଣି ପ୍ରାଣ ବିକଳରେ ଘରୁ ବାହାରକୁ ଦୌଡି ପଳାଇ ଆସି ନିଜର ଜୀବନ ବଞ୍ଚାଇଛନ୍ତି ।ବିଚରା ବେଘର ହୋଇଗଲା ।ରାତିରେ କେଉଁଠି ମୁଣ୍ଡ ଗୁଞ୍ଜିବେ ଚିନ୍ତାରେ ଅଛନ୍ତି ।

