ବାରିପଦା : ଅତିରିକ୍ତ ସଡ଼କ ପରିବହନ ବିଭାଗ ,ଵାମନଘାଟି ବସ ମାଲିକ ସଂଘ ଏଵଂ ଵାମନଘାଟୀ ଟ୍ରକ ମାଲିକ ସଂଘ ମିଳିତ ପ୍ରୟାସରେ ଅତିରିକ୍ତ ପରିବହନ କାର୍ଯ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଵିଭାଗୀୟ ଅଧିକାରିଣୀ ଇଂ ଚିନ୍ମୟୀ ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି ।ରକ୍ତଦାନ ମହତଦାନ ।ଗ୍ରୀଷ୍ମ ଋତୁର ପ୍ରଭାବ ଆରମ୍ଭ ହୋଇଯାଇଛି ।ଏହି ଋତୁରେ ରକ୍ତ ସଂଗ୍ରହ କମ ହୋଇଥାଏ ।ରକ୍ତଦାତାମାନେ ରକ୍ତଦାନ କରିବାକୁ ଅମଙ୍ଗ ହୋଇଥାନ୍ତି ।ତଦସହ ଉପଖଣ୍ଡ ଚିକିତ୍ସାଳୟରେ ରକ୍ତ ସଙ୍କଟ ଦେଖା ଦେଇଛି ।ରୋଗୀମାନେ ରକ୍ତ ପାଇଁ ଛଟପଟ ହେଉଛନ୍ତି ।ରୋଗୀ, ଦୁର୍ଘଟଣାଗ୍ରସ୍ତ , ଥାଲାସେମିଆ, ପ୍ରସୂତି ମହିଳା ରକ୍ତ ପାଇଁ ନାନା ଅସୁବିଧାରେ ସମ୍ମୁଖୀନ ହେଉଥିବା ଜାଣି ରାଇରଙ୍ଗପୁର ଅତିରିକ୍ତ ପରିବହନ ଅଧିକାରିଣୀ ଚିନ୍ମୟୀ ମହାନ୍ତ ଏକ ରକ୍ତଦାନ ଶିବିର ଆୟୋଜନ କରିଥିଲେ ।ଏଥିପାଇଁ ସେ ବସ ମାଲିକ ସଂଘ ଏବଂ ବାମନଘାଟି ଟ୍ରକ ମାଲିକ ସଂଘର ସହଯୋଗ କାମନା କରିଥିଲେ ।
ବସ ମାଲିକ ସଂଘର ସଭାପତି ଅନୁପ ମହାନ୍ତି ଏବଂ ବାମନଘାଟି ଟ୍ରକ ମାଲିକ ସଂଘର ସଭାପତି ବରୁଣ କୁମାର ଵେହେରା ଙ୍କ ନେତୃତ୍ବରେ ରକ୍ତଦାତାମାନେ ରକ୍ତଦାନ ଶିବିରରେ ଯୋଗଦେଇ ରକ୍ତଦାନ କରିଥିଲେ ।ଏଥିରେ ୩୦ ଜଣ ରକ୍ତଦାତା ରକ୍ତଦାନ କରି ନିଜକୁ ଧନ୍ୟ ମଣିଥିଲେ । ଉପଖଣ୍ଡ ଚିକିତ୍ସାଳୟର ରକ୍ତଭଣ୍ଡାର ଅଧିକାରୀ ଏବଂ ତାଙ୍କର କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିଲେ ।କାର୍ଯ୍ଯକ୍ରମକୁ ପରିଚାଳନା କରିବାରେ ଏମଭିଆଇ ଆଶୁତୋଷ ନାଏକ,ଟ୍ରାଫିକ ଇନ୍ସପେକ୍ଟର ବିଜୟ ବାର୍ଲା, କନଷ୍ଟେବଳ ଗାନସା ମାରାଣ୍ଡି, ଆସିଷ୍ଟାଣ୍ଟ ପ୍ରୋଗ୍ରାମର ଦେବେନ୍ଦ୍ର ସାହୁ,ଜିଆରଏ ସାହିଲ ବେହେରା,ବିଇଓ ଶୈଲୈଶ ପ୍ରଧାନଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।କାର୍ଯ୍ୟକ୍ରମ ସଫଳ ସୋଇଥିବାରୁ ଅତିରିକ୍ତ ପରିବହନ ଅଧିକାରିଣୀ ଚିନ୍ମୟୀ ମହାନ୍ତ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।
