IMG 20260331 WA0166

ରାଜ୍ୟସ୍ତରରେ ଚଳଚିତ୍ର ନିର୍ଦ୍ଦେଶକ ଚିନ୍ମୟ ଦାସ ପଟ୍ଟନାୟକ ସମ୍ବର୍ଦ୍ଧିତ 

ରାଜ୍ୟ
ବାରିପଦା : ଭୁବନେଶ୍ୱର ସ୍ଥିତ ଜୟଦେବ ଭବନଠାରେ କଳିଙ୍ଗ ଗୌରବ ଫାଉଣ୍ଡେସନ ଓ ରାଷ୍ଟ୍ରୀୟ ପତ୍ରକାର ମହାସଂଘ ଦ୍ୱାରା ଅନୁଷ୍ଠିତ ହୋଇଥିବା ଜାତୀୟ ମିଡ଼ିଆ କୋନକ୍ଳେଭ – ୨୦୨୬ ଅବସରରେ ଓଡ଼ିଆ ନାଟକ ତଥା ଚଳଚିତ୍ର ଜଗତରେ ସୁନାମ ଅର୍ଜନ କରିଥିବା ବାରିପଦା ତଥା ମୟୁରଭଞ୍ଜର ଗର୍ବ ଗୌରବ ବିଶିଷ୍ଟ ଲେଖକ, ଅଭିନେତା ଓ ନିର୍ଦ୍ଦେଶକ ଚିନ୍ମୟ କୁମାର ଦାସ ପଟ୍ଟନାୟକଙ୍କୁ ତାଙ୍କର ଉଲ୍ଲେଖନୀୟ ଅବଦାନ ନିମନ୍ତେ ରାଜ୍ୟର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ତଥା ଗଣମାଧ୍ୟମର ବିଶିଷ୍ଟ ଗୁଣିଜନଙ୍କ ଗହଣରେ ଉଚ୍ଚ ପ୍ରଶଂସିତ କରିବା ସଙ୍ଗେସଙ୍ଗେ ଉପଢୌକନ ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା I
ଶ୍ରୀ ଦାସ ପଟ୍ଟନାୟକ ସମେତ ମଞ୍ଚରେ ଓଡ଼ିଆ ଚଳଚିତ୍ର ଜଗତର ବର୍ଷୀୟାନ ଅଭିନେତା, ଉପସ୍ଥାପକ ଓ ନିର୍ଦ୍ଦେଶକ ଅଶ୍ରୁ୍ମୋଚନ ମହାନ୍ତି, ଅଭିନେତା ଲେଖକ ଓ ନିର୍ଦ୍ଦେଶକ ହରିହର ମହାପାତ୍ର, ଉପସ୍ଥାପିକା, ଅଭିନେତ୍ରୀ ଓ ପ୍ରଯୋଜିକା ନୈନା ଦାସ I ବର୍ଷୀୟାନ ଅଭିନେତା ତଥା ସମାଜସେବୀ ଡକ୍ଟର ରୁଷି ପଟ୍ଟନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I ପ୍ରଖ୍ୟାତ ଡାକ୍ତର ଓ ସମାଜସେବୀ ଡଃ ଚିଦାତ୍ମିକା ଖଟୁଆ, ମେଜର ଡକ୍ଟର କଳ୍ପନା ଦାସ, ଡଃ ରଜନୀକାନ୍ତ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ହୋଇଥିବା ଏହି ଭବ୍ୟ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଥିବା “ବିକଶିତ ଓଡିଶା ୨୦୨୬/ଭାରତ – ୨୦୪୭ ନିମନ୍ତେ ଗଣମାଧ୍ୟମର ଭୂମିକା” ଶୀର୍ଷକ ଆଲୋଚନାରେ ସମ୍ବର୍ଦ୍ଧିତ ବ୍ୟକ୍ତିବିଶେଷ ମାନଙ୍କର ଉଚ୍ଚକୋଟିର ବକ୍ତବ୍ୟ ପାଇଁ ଉପସ୍ଥିତ ବୁଦ୍ଧିଜୀବୀ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ତଥା ପ୍ରତିଭାଧର ଗୁଣିଜନମାନେ ଅଭିନନ୍ଦନ ଜଣାଇବା ସହ ଏହି ନିଆରା କାର୍ଯ୍ୟକ୍ରମ ପାଇଁ ଆୟୋଜକଙ୍କ ପ୍ରଶଂସା କରିଥିଲେ I