ବାରିପଦା : କଟକ ସ୍ଥିତ ଜୟ ଜଗନ୍ନାଥ ବ୍ଲଡ଼ ଡୋନେସନ ଗ୍ରୁପର ୩ୟ ବାର୍ଷିକ ଉତ୍ସବ ପାଳନ ଅବସରରେ ବାରିପଦାର ଅନ୍ୟତମ ସେବା ସଂସ୍ଥା ରେଡ ଗ୍ରୀନ ଫାଉଣ୍ଡେସନକୁ ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଛି I ସଂସ୍ଥା ତରଫରୁ ପରିଚାଳନା ଅଧ୍ୟକ୍ଷ ଅରବିନ୍ଦ ମୁଖି ଏହି ସମ୍ମାନ ଗ୍ରହଣ କରିଛନ୍ତି I ପ୍ରକାଶଥାଉକି ଏହି ସଂସ୍ଥାର ସଦସ୍ୟମାନେ ବର୍ଷତମାମ ରକ୍ତଦାନ କରିବା ସହ ରକ୍ତଦାନ ଶିବିର ଆୟୋଜନ କରି ଅନେକ ରୋଗୀଙ୍କ ଜୀବନ ବଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି ବୋଲି ବାରିପଦା ରକ୍ତ ଭଣ୍ଡାର ଅଧିକାରୀ ଡଃ ସୌମ୍ୟ ରଞ୍ଜନ ନାୟକ ପ୍ରକାଶ କରିଛନ୍ତି|
ତତସହିତ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ ତଥା ଗରିବଦୁଖୀଙ୍କୁ ଖାଦ୍ୟ ଯୋଗାଇଦେବା କାର୍ଯ୍ୟକ୍ରମ ବେଶ ଉଲ୍ଲେଖନୀୟ I ଏହି ସମ୍ମାନ ପାଇବାପରେ ସଦସ୍ୟଗଣ ବେଶ ଆନନ୍ଦିତ ଅଛନ୍ତି ଏବଂ ଭବିଷ୍ୟତରେ ସେମାନେ ଅଧିକ ଉତ୍ସାହର ସହ କାର୍ଯ୍ୟ କରିପାରିବେ ବୋଲି ଫାଉଣ୍ଡେସନର ପ୍ରତିଷ୍ଠାତା ଚିତ୍ତରଞ୍ଜନ ସ୍ୱାଇଁ ପ୍ରକାଶ କରିଛନ୍ତି I ଖବର ପାଇ ସମାଜସେବୀ ଡଃ ନିରୋଜ କୁମାର ପୋଥାଳ, ସୋମନାଥ ସିଂହ, ଅକ୍ଷୟ କୁମାର ମହାନ୍ତି, ଭରତ ଚନ୍ଦ୍ର ପାତ୍ର, ଦିଲ୍ଲୀପ କୁମାର ତୁଙ୍ଗ ସମେତ ବହୁ ସେବା ଅନୁଷ୍ଠାନ ରେଡ ଗ୍ରୀନ ଫାଉଣ୍ଡେସନକୁ ଅଭିନନ୍ଦନ ଜଣାଇଛନ୍ତି I
