ବାରିପଦା : ବାରିପଦା ମୁନିସିପାଲିଟି ଅନ୍ତର୍ଗତ ବାଘଡାରୋଡ଼ ଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ ବାସନ୍ତିଙ୍କ ପୂଜାଵିଧି ଆରମ୍ଭ ହୋଇଯାଇଛି I ଆଜି ମା’ ଙ୍କ ପୂଜା ଅବସରରେ ଅମ୍ବିକା ମନ୍ଦିର ନିକଟସ୍ଥ ଚିପଟ ନଦୀରୁ ଘଟ ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ପାଖାପାଖି ୫୦ଟି ଘଟ ସହିତ ଭକ୍ତମାନେ ଶୋଭାଯାତ୍ରାରେ ସହର ମଧ୍ୟ ଦେଇ ପୂଜା ମଣ୍ଡପରେ ପହଞ୍ଚିଥିଲେ|
ଏହି ଦୃଶ୍ୟ ଦେଖିବା ପାଇଁ ସହରରେ ଭକ୍ତମାନଙ୍କ ଭିଡ଼ ଜମିଥିଲା I ଏହି ବର୍ଷ ପୂଜା ୧୪ତମ ବର୍ଷରେ ପଦାର୍ପଣ କରିଛି I ପ୍ରତିବର୍ଷ ଆଖପାଖ ଅଞ୍ଚଳର ଭକ୍ତମାନେ ଏହି ପୂଜାକୁ ଅତ୍ୟନ୍ତ ଆଗ୍ରହର ସହ ଅପେକ୍ଷା କରିଥାନ୍ତି I ସମସ୍ତଙ୍କ ସହଯୋଗରେ ମା’ ଙ୍କ ପୂଜା ସୁଚାରୁ ଭାବେ ଅନୁଷ୍ଠିତ ହୋଇଥାଏ I ପୂଜାର ସମସ୍ତ ରୀତିନୀତି ନିୟମ ଅନୁଯାୟୀ ପାଳନ କରାଯାଉଛି ଏବଂ କମିଟିର ସଦସ୍ୟ ସଦସ୍ୟାମାନେ ନିଷ୍ଠାର ସହ ଏହାକୁ ସଫଳ କରିବା ପାଇଁ ଲାଗିପଡ଼ିଥିବାର ଲକ୍ଷ୍ୟ କରାଯାଉଛି|
ଗତକାଲି ଷଷ୍ଠୀ ପୂଜାରେ ବେଳବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସେହିପରି ସପ୍ତମୀ, ଅଷ୍ଠମୀ, ନବମୀ ଏବଂ ଦଶମୀ ପୂଜା କୁ ଶାନ୍ତିଶୃଙ୍ଖଳା ର ସହିତ ସମାପନ କରିବାକୁ କମିଟିର ସଦସ୍ୟବୃନ୍ଦଙ୍କ ଉଦ୍ୟମ ଜାରିରହିଅଛି l ବିଶେଷ କରି ନବମୀ ଦିନ ଅନୁଷ୍ଠାନ ପକ୍ଷରୁ ବିଶାଳ ଅନ୍ନ ପ୍ରସାଦ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରହିଛି I ଶାନ୍ତିଶୃଙ୍ଖଳା ସହ ମା’ ଙ୍କ ପୂଜାବିଧି କାର୍ଯ୍ୟକ୍ରମରେ ଯୋଗଦେଇ ମା’ ଙ୍କ ଆଶୀର୍ବାଦ ଲାଭ କରିବା ପାଇଁ କମିଟି ତରଫରୁ ଅନୁରୋଧ କରାଯାଇଛି I
