IMG 20260325 WA0238

ଏସସିବି ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୃତାହତଙ୍କୁ ଶ୍ରଦ୍ଧାଞ୍ଜଳି ସହ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାଵୀ 

ରାଜ୍ୟ
ବାରିପଦା : ଗତ ୧୬ ମାର୍ଚ୍ଚ ରାତି ୨ ଟା(୧୭ ତାରିଖ ଭୋର) ସମୟରେ ରାଜ୍ୟର ନାମକରା କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ହସ୍ପିଟାଲରେ ବ୍ୟବସ୍ଥା କୃତ ଅଗ୍ନିକାଣ୍ଡରେ ଚିକିତ୍ସା ପାଇଁ ଆସିଥିବା ୧୪ ଜଣ ରୋଗୀଙ୍କ ମୃତ୍ୟୁ ଆବାଳବୃଦ୍ଧବନିତା କୁ ସ୍ତମ୍ଭିଭୂତ କରିଦେଇଛି। ଏହି ଦଗ୍ଧିଭୂତଙ୍କ ଉଦ୍ୟେଶ୍ୟରେ ମିଳିତ ବିରୋଧୀ ଦଳ ମଞ୍ଚ, ବାରିପଦା, ମୟୂରଭଞ୍ଜ ପକ୍ଷରୁ ସ୍ଥାନୀୟ ସେବା ସଂଘ ହଲ୍ ସମ୍ମୁଖରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ଅପାରଗ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ବା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବହିଷ୍କାର ଦାବି କରାଯାଇଛି।
ତା ସହ ପ୍ରତି ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଓ ଜଣଙ୍କୁ ସରକାରୀ ନିଯୁକ୍ତି,ଅଦୁରଦର୍ଶୀ ମେଡିକାଲ ସୁପେରିଣ୍ଟେଣ୍ଡେଣ୍ଟ  ଓ ନିରାପତ୍ତା ଅଧିକାରୀଙ୍କୁ ବଦଳି ନୁହେଁ ବହିଷ୍କାର କରିବା, ଅଗ୍ନିକାଣ୍ଡର ବିଚାରବିଭାଗୀୟ ତଦନ୍ତ ଓ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଦୃଢ଼ କାର୍ଯ୍ୟାନୁଷ୍ଠାନ  ନେଲେ ସଠିକ୍ ଶ୍ରଦ୍ଧାଞ୍ଜଳି ହୋଇପାରିବ ବୋଲି ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ   ମତ ପ୍ରକାଶ ପାଇଛି ।
 ସିପିଆଇ ଜିଲ୍ଲା ସମ୍ପାଦକ ଜଗବନ୍ଧୁ ମିଶ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କଂଗ୍ରେସର ଶାନ୍ତନୁ ପାଲ, ମୀନକେତନ ବେହେରା, ରତିକାନ୍ତ ଚୋଧୁରୀ,ବିଷ୍ଣୁ ସିଂ, ନିର୍ମଳ ପ୍ରଧାନ,ଭବାନୀ ଶଙ୍କର ସାହୁ, ଗୋସାଇଁ ଚରଣ ମହାନ୍ତ,ଅଭିଷେକ ଯାଦବ, ଚୈତନ୍ୟ ହାଁସଦା,ସିପିଆଇ ରୁ ଶ୍ରୀକାନ୍ତ ସାମଲ, କାହ୍ନୁଚରଣ ବେହେରା,ସାଜିତ ଖାନ୍, କୀର୍ତ୍ତି ବାସ ନାଥ, ମହେଶ୍ୱର ବେହେରା,ସିପିଆଇ ଏମ୍ ପକ୍ଷରୁ ରବି ଗୋସ୍ୱାମୀ,ଅଖୟ ଖୁଣ୍ଟିଆ, କ୍ଷିତିଶ ସାସମଲ,ସେକ ରିଜୁଆନ, ସମାଜସେବୀ ରାଜ କୁମାର ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।