ବାରିପଦା : ସମଗ୍ର ବିଶ୍ବର ପ୍ରାକୃତିକ ସମ୍ବଳ ଉପରେ ଯୁଦ୍ଧ ଖୋର ସାମ୍ରାଜ୍ୟବାଦୀ ଆମେରିକା ଓ ଏହାର ସହଯୋଗୀ ମାନଙ୍କର ଜବର ଦଖଲ ଓ ନରସଂହାର ର ବିଭିଷିକା ମଧ୍ୟପ୍ରାଚ୍ୟରୁ ଆରମ୍ଭ ହୋଇ ତୃତୀୟ ବିଶ୍ୱଯୁଦ୍ଧର ରୂପ ନେଉଛି। ଆମେରିକା ଓ ଇସ୍ରାଏଲ ଆନ୍ତର୍ଜାତିକ ଆଇନ୍ କୁ ଉଲଂଘନ କରି ଇରାନ୍ ଉପରେ ମିଳିତ ଆକ୍ରମଣ ଫଳରେ ବହୁ ଧନ-ଜନଜୀବନ ନଷ୍ଟ ହେଉଛି।ଯାହାର ପ୍ରଭାବରେ ରନ୍ଧନ ଗ୍ୟାସ ଓ ଖାଇବା ତେଲର ଅହେତୁକ ଦରବୃଦ୍ଧି ଘଟିବା ସହ ରନ୍ଧନ ଗ୍ୟାସ ର ଘୋର ଅଭାବ ପରିଲକ୍ଷିତ ହୋଇଛି।
ଯୁଦ୍ଧର ଆଳ ନେଇ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଉଛି।ଯାହାକି ସାଧାରଣ ମଣିଷଙ୍କ ଜୀବନ ଜୀବିକାକୁ ଘୋର ପ୍ରଭାବିତ କଲାଣି। ଗୋଟିଏପଟେ ଯୁଦ୍ଧ ସଂକଟ ମଧ୍ୟରେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଏହାର ସର୍ବକାଳୀନ ନିମ୍ନ ସ୍ତରକୁ ଖସି ଆସିଛି, ଅନ୍ୟ ପଟେ ରନ୍ଧନ ଗ୍ୟାସର ଅଭାବ ସହ ଜୀବନ ବଞ୍ଚାଇବା ପାଇଁ ପ୍ରବାସୀ ଶ୍ରମିକ – କର୍ମଚାରୀମାନେ ଘର ବାହୁଡା ଦେଲେଣି। କୁତ୍ସିତ ଏପିଷ୍ଟିନ ଫାଇଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ନାମକୁ ଯୋଡ଼ିବା ଯୋଗୁଁ ଆମେରିକା ଓ ଇସ୍ରାଏଲ ଦ୍ୱାରା ବ୍ଲାକ ମେଲିଙ୍ଗ ର ଶିକାର ହୋଇ ଭୁଲ୍ ବିଦେଶ ନୀତି ଆପଣେଇବା ଫଳରେ ଦେଶରେ ବିଭିନ୍ନ ସଂକଟ ଦେଖାଦେଇଛି।
ଭାରତ ସ୍ୱାର୍ଥ ବିରୋଧୀ ୟୁରୋପୀୟ ୟୁନିଅନ – ଭାରତ ମୁକ୍ତ ବାଣିଜ୍ୟ ଚୁକ୍ତି, ଆମେରିକା – ଭାରତ ଉପନିବେଶବାଦୀ ବାଣିଜ୍ୟ ଚୁକ୍ତି ରବ୍ଦ ଦାବିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ମୟୂରଭଞ୍ଜ ପକ୍ଷରୁ ଝାରପୋଖରିଆ ବସ୍ ଷ୍ଟାଣ୍ଡ ଠାରେ ଯୁଦ୍ଧ ନୁହେଁ ଶାନ୍ତି ଚାହୁଁ, ଧ୍ୱଂସ ନୁହେଁ ପ୍ରଗତି ଚାହୁଁ, ସାମ୍ରାଜ୍ୟବାଦ ମୁର୍ଧା ବାଦ୍ ସ୍ଲୋଗାନ ସହ ପାଳନ କରାଯାଇଛି। ଏଥିରେ ସିପିଆଇ ଜିଲ୍ଲା ସମ୍ପାଦକ ସାଥୀ ଜଗବନ୍ଧୁ ମିଶ୍ର,ସହ ସମ୍ପାଦକ ପରମେଶ୍ବର ମହାନ୍ତ, ଜିଲ୍ଲା ପରିଷଦ ସଭ୍ୟ ପ୍ରତାପ ନାଏକ, ଶୁକଦେବ ସିଂ, ରୀନା ଧଳ, ଶର୍ମିଲା ରାଜ, ଶତୃଘ୍ନ ନାଏକ,ଫୁଲମଣି ସିଂ, ବାସନ୍ତୀ ବିନ୍ଧାଣୀ, ନିରଞ୍ଜନ ମହାନ୍ତ, ବସୁମତୀ ରଣା,ହରିହର ନାଏକ ପ୍ରମୁଖ ସାମିଲ ଥିଲେ।
