IMG 20260322 WA0003

ଵହଳଦାରେ ପୋଲିସ ଆକ୍ରମଣ ମାମଲାରେ ଗିରଫ ୩୪ ଅଭିଯୁକ୍ତଙ୍କୁ ଜାମିନ

ରାଜ୍ୟ
  • ଫୁଲମାଳ ଦେଇ ଆଦିବାସୀ ଏକତା ମଞ୍ଚ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ

ବାରିପଦା : ତିରିଂ ଥାନା ଅନ୍ତର୍ଗତ  ସୁନାପୋଷି ଗ୍ରାମର ଗତ ମାର୍ଚ ୧୨ ତାରିଖରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକ ଦ୍ଵାରା ଆଦିବାସୀ ନାବାଳିକାକୁ  ଅସଦାଚାରଣ ମାମଲାରେ  ନ୍ୟାୟ ପାଇଁ ୧୩ ତାରିଖ ବହଳଦା ବାଇପାସ୍ ରେ  ଆଦିବାସୀ ମାନେ  ଧାରଣା ଦେଇଥିବାବେଳେ ପୋଲିସର ଆକ୍ରମଣ ପରେ ଧାରଣାରତ ଆଦିବାସୀମାନେ ପୋଲିସକୁ ଆକ୍ରମଣ କରିଥିବାବେଳେ ୨ ପୋଲିସ ଗୁରୁତର‌ ଆହତ ସମେତ ୧୩ ଜଣ ଆହତ ହୋଇଥିଲେ ।ଘଟଣାକୁ ନେଇ ସୁନାପୋଷି ଗ୍ରାମର ୨୭ ମହିଳା ସମେତ ୩୪ ଜଣଙ୍କ ନାମରେ ସଙ୍ଗୀନ ଦଫା ଲଗାଇ କୋର୍ଟ ଚାଲାଣ କରିଥିଲେ ‌ଜେଲରେ ଥିବା ୩୪ ଜଣଙ୍କ ଉପରେ ସଙ୍ଗୀନ ଦଫା ଉଠାଇବା ସହ ଶିଘ୍ର ଖଲାସ ପାଇଁ ୧୭ ଏବଂ ୧୮ ତାରିଖ ଦୁଇଦିନ ଧରି ଆଦିବାସୀ ଏକତା ମଞ୍ଚ ଏବଂ ଅଣ ବିଜେପି ଦଳ ତରଫରୁ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ‌ସମ୍ମୁଖରେ ଧାରଣା ଦିଆଯାଇଥିଲା ।

 

ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ମଧ୍ୟ ଆଦିବାସୀମାନଙ୍କ ଉପରେ ଦଫା ହଟାଇବା ସହ‌ ତୁରନ୍ତ ଖଲାସ ପାଇଁ ବିଧାନସଭାରେ ବାଚସ୍ପତି ଙ୍କ ଜରିଆରେ ସରକାରଙ୍କୁ ଅନୁରୋଧ କରିଥିଲେ । ମିଳିତ ଆଦିବାସୀ ମଞ୍ଚ ଏବଂ ଅଣ ବିଜେପି  ତରଫରୁ  ୪୮ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା ।ପ୍ରଥମ ଦିନ  ଶୁକ୍ରବାର  ବନ୍ଦ ସମ୍ପୁର୍ଣ ସଫଳ ହୋଇଥିଲା ।ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯଦୁନାଥ ଯେନା ଶୁକ୍ରବାର ଦିନ‌ ଆଦିବାସୀ ଏକତା ମଞ୍ଚସହ ଆଲୋଚନା କରି  ଲିଖିତ ପ୍ରତିଶ୍ରୁତି ଦେଇଥିଲେ ଯେ ଦଫା କୋହଳ ସହ ଶନିବାର ଦିନ ସମସ୍ତଙ୍କୁ ଜାମିନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।ପ୍ରତିଶ୍ରୁତି ପାଇବା ପରେ ପ୍ରଶାସନ କଥାକୁ ସମ୍ମାନ ଦେଇ ଦିତୀୟ ଦିନ ଶନିବାର  ବନ୍ଦ ପ୍ରତ୍ଯାହୁତ ହୋଇଥିଲା ।  ଶନିବାର ଦିନ ସଂନ୍ଧ୍ୟାରେ ୭.୩୦ ମିନିଟ ସମୟରେ ୩୪ ଜଣଙ୍କ ଜାମିନ ମଞ୍ଜୁର ହୋଇଥିଲା ।କୋର୍ଟରୁ ଏକ ଘରୋଇ ଆହ୍ବାନ ବସରେ ସେମାନଙ୍କୁ ଆସେକା କାର୍ଯ୍ୟାଳୟ ପର୍ଯ୍ଯନ୍ତ ନିଆଯାଇଥିଲା ।

 

ସେଠାରେ ମିଳିତ ଆଦିବାସୀ ଏକତା ମଞ୍ଚର ଆବାହକ ଜୀତେନ୍ଦ୍ର ହାଁସଦାଃ ,ବିଜେଡ଼ିର ଅଭିଷେକ ପଟନାୟକ, ମନୋରଞ୍ଜନ ହାଁସଦାଃ ,ଜିଲ୍ଲାପରିଷଦ ପରେଶ୍ ମୁଣ୍ଡା ,ଜିଲ୍ଲା ପରିଷଦ ବାବୁଲା,ଜିଲ୍ଲାପରିଷଦ ସଦସ୍ୟା ସୂର୍ଯ୍ୟମଣି ହାଁସଦାଃ, ରାଇରଙ୍ଗପୁର ଵ୍ଳକ ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ହେମ୍ବ୍ରମ,ମକ୍କା ବିରୁଆ,ଝାଡ଼ଖଣ୍ଡ ମୁକ୍ତି ମୋର୍ଚା ର ସୁନିଲ ମାଝୀ ,ସାଲୁ କିସ୍ କୁ,କଂଗ୍ରେସର ପ୍ରାକ୍ତନ ବିଧାୟକ ଲକ୍ଷ୍ମଣ ମାଝୀ ,ସମେତ ବହୁ ନେତୃଵୃନ୍ଦତ ପିଡିତା ମାନଙ୍କୁ ପୁଷ୍ପବୃଷ୍ଟି ଓ ପୁଷ୍ପମାଲ୍ୟ ମିଷ୍ଟାନ୍ନ ଖାଇବାକୁ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଜୟ ଆଦିବାସୀ ଏକତା ନାରାରେ ପ୍ରକମ୍ପିତ ହୋଇଥିଲା ସମଗ୍ର ଅଞ୍ଚଳ ।ପରେ ସମସ୍ତ ଜେଲ ଫେରନ୍ତା କୁ ଆହ୍ବାନ ବସରେ ସେମାନଙ୍କୁ ସେମାନଙ୍କୁ ସୁନାପୋଷି ଗ୍ରାମକୁ ପଠା ଯାଇଥିଲା l