IMG 20260318 WA0235

ହାଇଡ୍ରୋସିଲ ରୋଗୀଙ୍କ ନିମନ୍ତେ ଅସ୍ତ୍ରୋପଚାର ଶିବିର

ରାଜ୍ୟ
ବାରିପଦା : ଆଜି  ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଫାଇଲେରିଆ ରୋଗର ନିରାକରଣ ଅଭିଯାନ ପରିପ୍ରେକ୍ଷୀରେ ହାଇଡ୍ରୋସିଲ (ଅଣ୍ଡକୋଷ ବୃଦ୍ଧି )ରୋଗୀ ମାନଙ୍କ ପାଇଁ  ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଏବଂ ଲେପ୍ରା ସୋସାଇଟିର  ମୟୁରଭଞ୍ଜଙ୍କ ମିଳିତ ସହଯୋଗରେ ଏକ ଜିଲ୍ଲା ସ୍ତରୀୟ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ ହୋଇଯାଇଛି।
ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଭି. ବି. ଡ଼ି.), ମୟୁରଭଞ୍ଜ ଡାକ୍ତର ବିଜୟ କୁମାର ଦାଶ ଏବଂ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷକ ଡ଼ା ରବୀନ୍ଦ୍ର କୁମାର ମାର୍ଣ୍ଡିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଉକ୍ତ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ ହୋଇ ଯାଇଅଛି। ଏହି ସ୍ଵାସ୍ଥ୍ୟ ଶିବିରରେ ଅଭିଜ୍ଞ ସର୍ଜରୀ ବିଶେଷଜ୍ଞ ଡ଼ା. ସତ୍ୟପ୍ରକାଶ ଧଳ, ଡ଼ା. ଚିନ୍ମୟ କୁମାର ଦଳେଇ,ଆନାସ୍ଥେସିଆ ବିଶେଷଜ୍ଞ   ଡ଼ା. ସତ୍ୟଜିତ ନିହାର ସିଂ , ଡ଼ା. ସତ୍ୟଜିତ ପଣ୍ଡା,
ମେଡିକାଲ ଅଫିସର ଡ଼ା ଦେବେନ୍ଦ୍ର ନାଥ ଟୁଡୁଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ୧୭ଜଣ ହାଇଡ୍ରୋସିଲ ରୋଗୀଙ୍କୁ ମାଗଣାରେ ସଫଳତା ପୂର୍ବକ ଅସ୍ତ୍ରୋପଚାର କରାଯାଇଅଛି। ଏହି ସ୍ୱାସ୍ଥ୍ୟ ଶିବିରରେ ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶଦାତା ଶ୍ରୀ ତପନ କୁମାର ସାହୁ, ଲେପ୍ରl  ସୋସାଇଟି ର ପ୍ରକଳ୍ପ ଅଧିକାରୀ ପ୍ରହଲ୍ଲାଦ ମଙ୍ଗରାଜ, ହସ୍ପିଟାଲ  ପରିଚାଳକ ଶ୍ରୀ ଆଲୋକ କୁମାର ଗୋଛାୟତ,ନର୍ସିଂ ଅଫିସର ସବିତା ଷଡଙ୍ଗୀ,  ଫାର୍ମାସିଷ୍ଟି ପ୍ରିୟମ ସିଂ, ଲେପ୍ରl ସୋସାଇଟି ର ଶ୍ରୀମତୀ ସୁକୁମତି ହେମ୍ବ୍ରମ,  ଶ୍ରୀମତୀ ଅମ୍ବୁ ବତୀ ଦଳାଇ , ଭେକଟର ବାହିତ ରୋଗ ପରିଦର୍ଶକ ଦିପକ କୁମାର ମହାନ୍ତ, ପରିଚାରକ ପବିତ୍ର ବେହେରା, ଦିଲୀପ କୁମାର ବେହେରା,ସରସ୍ଵତୀ ବାରିକ, ସଫେଇ କର୍ମଚାରୀ ଅଜୟ କାରୁଆ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।