ବାରିପଦା : ବାରିପଦା ସହର ଅନ୍ତର୍ଗତ ତକତପୁର ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଏବଂ ପ୍ଲାନେଟେରିୟମ ଠାରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳନ ଉପଲକ୍ଷେ ବକ୍ତୃତା ଏବଂ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଭିନ୍ନ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଓଡିଶା ଆଦର୍ଶ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ର ଛାତ୍ର ଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ l ନବମ ରୁ ଦ୍ୱାଦଶ ଶ୍ରେଣୀ ବରିଷ୍ଠ ବର୍ଗ କୁଇଜ ପ୍ରତିଯୋଗିତା ରେ ଓଏଭି, ବେତନଟୀ ର ଦିବ୍ୟାଂଶୀ ଦାସ, ମହାରାଜା ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାରିପଦା ର ସ୍ମୃତିରେଖା ପୂର୍ତ୍ତି, ଓଏଭି, ଚାନ୍ଦୁଆ ର ଅନନ୍ୟା ପାଣିଗ୍ରାହୀ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ, ତୃତୀୟ ହୋଇଛନ୍ତି l ସେହିପରି ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କନିଷ୍ଠ ବର୍ଗ କୁଇଜ ପ୍ରତିଯୋଗିତା ରେ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ଲକ୍ଷ୍ମୀପୋଷିର ଦିବ୍ୟାସିନୀ ଦାସ,ଓଏଭି,ବାରିପଦା ର ବିବେକ କୁମାର ସୋ, ଓଏଭି, ବେତନଟୀ ର ଲକ୍ଷ୍ମୀପ୍ରିୟା ଜେନା ଯଥାକ୍ରମେ ପ୍ରଥମ, ଦ୍ଵିତୀୟ, ତୃତୀୟ ହୋଇଛନ୍ତି l ସେହିପରି କୁଇଜ ପ୍ରତିଯୋଗିତା ରେ ମହାରାଜା ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାରିପଦା ର ସ୍ମୃତିରେଖା ପୂର୍ତ୍ତି, ଓଏଭି, ବେତନଟୀ ର ଦିବ୍ୟାଂଶୀ ଦାସ,ଓଏଭି, ଚାନ୍ଦୁଆ ର ଅନନ୍ୟା ପାଣିଗ୍ରାହୀ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ, ତୃତୀୟ ହୋଇଛନ୍ତି l ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନରଞ୍ଜନ ଆଚାର୍ଯ୍ୟ ଙ୍କ ସଂଯୋଜନା ରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ସମ୍ମାନିତ ଅତିଥିଭାବେ ଜିଲ୍ଲା ସମଗ୍ର ଶିକ୍ଷା ପ୍ରକଳ୍ପ କାର୍ଯ୍ୟାଳୟ,ବାରିପଦା ର ବାଳିକା ସଂଯୋଜକ ପ୍ରଫୁଲ୍ଲ ବାରିକ, ଉକ୍ତ ପ୍ଲାନେଟେରି୍ୟମ ର ସହକାରୀ କୁ୍ୱିରେଟର ଶତାବ୍ଦୀ ଷଡ଼ଙ୍ଗୀ ଓ ବିଜ୍ଞାନ ପ୍ରଦର୍ଶକ ପ୍ରଶାନ୍ତ ସ୍ୱାଇଁ ଯୋଗ ଦେଇ କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର, ଟ୍ରଫି ଦେଇ ପୁରସ୍କୃତ କରିଥିଲେ l ପ୍ରତିଯୋଗୀମାନେ ଗାଇଡ଼ଶିକ୍ଷକ ଙ୍କ ନେତୃତ୍ୱରେ ଯୋଗ ଦେଇଥିଲେ l ବିଚାରକ ଭାବେ ବରିଷ୍ଠ ଶିକ୍ଷକ ନିଗମାନନ୍ଦ ମହାପାତ୍ର, ଶିଶିର କୁମାର ନାୟକ, ଶିକ୍ଷକ ସୁବ୍ରତ କୁମାର ଆଚାର୍ଯ୍ୟ,ଶିକ୍ଷୟିତ୍ରୀ ଅତସୀ କୁଣ୍ଡୁ ପ୍ରମୁଖ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ ପରିଚାଳନା ରେ ପ୍ଲାନେଟେରିୟମ ର ସମସ୍ତ ସଦସ୍ୟ, ଶିକ୍ଷକ ମନୋଜ କୁମାର ପରିଡା, ଦୀପକ ରାମ ଏବଂ ଅଫିସ ସହାୟକ ଦେବଦର୍ଷି ପ୍ରସାଦ କର ପ୍ରମୁଖ ସହଯୋଗ କରିଥିଲେ l
