IMG 20260220 WA0210

ଛାତ୍ରଛାତ୍ରୀଙ୍କ ଆତ୍ମସମ୍ମାନ ଓ ଶାରୀରିକ ଆତ୍ମବିଶ୍ୱାସ ବୃଦ୍ଧି ଉପରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ 

ରାଜ୍ୟ
ବାରିପଦା  :  ବାରିପଦା ମୁନିସିପାଲିଟି ଅନ୍ତର୍ଗତ ପୋଲିସ ଉଚ୍ଚ ବିଦ୍ୟାଳୟ ପରିସରରେ ୟୁନିସେଫ ସହାୟତାରେ କିଶୋର ଅବସ୍ଥାରେ ଛାତ୍ରଛାତ୍ରୀମାନଙ୍କର ଆତ୍ମସମ୍ମାନ ଓ ଶାରୀରିକ ଆତ୍ମବିଶ୍ୱାସ ବୃଦ୍ଧି କରିବା ଦିଗରେ ଶିକ୍ଷକମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ବାରିପଦା ଗୋଷ୍ଠୀ ଶିକ୍ଷା ଅଧିକାରୀ ଡଃ ଅଭିମନ୍ୟୁ ସେଠିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଶିବିରରେ ପର୍ଯ୍ୟାୟ କ୍ରମେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୋଟ ୨୭୧ ଜଣ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । କିଶୋର ଅବସ୍ଥାରେ ଶାରୀରିକ ଗଠନରେ ହେଉଥିବା ପରିବର୍ତ୍ତନ ଛାତ୍ରଛାତ୍ରୀଙ୍କ ମନରେ ଦ୍ଵନ୍ଦ ସୃଷ୍ଟି କରିଥାଏ । ଏହି ଦ୍ୱନ୍ଦ୍ୱକୁ ଦୂରକରିବା ସହ ସେମାନଙ୍କ ମଧ୍ୟରେ ସକାରାତ୍ମକ ମନୋଭାବ ସୃଷ୍ଟି କରି ବ୍ୟକ୍ତିତ୍ୱର ବିକାଶ କରିବା ଏହି ପ୍ରଶିକ୍ଷଣ ଶିବିରର ମୂଳ ଉଦ୍ଦେଶ୍ୟ ଥିଲା । ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବି ଆର ସି ସି ତପସ୍ୱିନୀ ଦାଶଙ୍କ ସଂଯୋଜନାରେ ଆୟୋଜିତ ଶିବିରରେ ୩ ଜଣ ଦକ୍ଷ ସାଧନ କର୍ମୀ ଚିତ୍ତରଞ୍ଜନ ମହାପାତ୍ର, ତ୍ରିଶା ପ୍ରଧାନ ଓ କାର୍ତ୍ତିକ ଚନ୍ଦ୍ର ପ୍ରଧାନ ପ୍ରଶିକ୍ଷଣ ଦେଇଥିଲେ ।
Shrutilipi ad