କଟକ : ସାପ୍ତାହିକ ତ୍ରିନେତ୍ରର ସଂପାଦକ ତଥା ବରିଷ୍ଠ ସାମ୍ବାଦିକ ନିରଞ୍ଜନ ପଟ୍ଟନାୟକଙ୍କ ମାଆ ଶାନ୍ତିଲତା ପଟ୍ଟନାୟକଙ୍କର ଦେହାନ୍ତ ହୋଇଯାଇଛି | ମୃତ୍ୟୁବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା | ସ୍ବର୍ଗତା ଶାନ୍ତିଲତା ଜଣେ ଧର୍ମପ୍ରାଣା ଓ ଅତ୍ୟନ୍ତ ପରୋପକାରୀ ମହିଳା ଥିଲେ | କିଛିଦିନ ଧରି ସେ ଅସୁସ୍ଥ ଥିଲେ |
ସ୍ଥାନୀୟ କାଳିଆବୋଦା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି | ବଡ଼ପୁଅ ଅରୁଣ କୁମାର ପଟ୍ଟନାୟକ ମୁଖାଗ୍ନି ଦଇଥିଲେ | ତାଙ୍କର ଦେହାନ୍ତରେ ସ୍ଥାନୀୟ ବାସିନ୍ଦାଙ୍କ ଭିତରେ ଶୋକର ଛାୟା ଖେଳିଯାଇଛି |

