IMG 20260218 WA0160

ଠିକାଦାର ମାନଙ୍କୁ ସମାନ ଅଧିକାର ପ୍ରଦାନ ନିମନ୍ତେ “ଭଞ୍ଜସେନା ଠିକାଦାର ଶାଖା” ଗଠିତ

ରାଜ୍ୟ
ବାରିପଦା (୧୮/୦୧) :  ମୟୁରଭଞ୍ଜ ଜିଲ୍ଲାର ସମସ୍ତ ବର୍ଗର ଠିକାଦାର ମାନଙ୍କୁ ସମାନ ଅଧିକାର ପ୍ରଦାନ ସହିତ ଠିକାଦାରି କାର୍ଯ୍ୟରେ ଜମିଦାରୀ ପ୍ରଥାକୁ ସଂମ୍ପୂର୍ଣ୍ଣ ଉଚ୍ଛେଦ ନିମନ୍ତେ ଭଞ୍ଜସେନା ର ଆହ୍ଵାନ କ୍ରମେ ଜିଲ୍ଲାରେ ଥିବା ଚାରିଗୋଟି ଉପଖଣ୍ଡର ସବୁ ବର୍ଗର ଠିକାଦାର ମାନଙ୍କୁ ନେଇ “ଭଞ୍ଜସେନା ଠିକାଦାର ଶାଖା” ଗଠନ ହୋଇଅଛି । ଏହି ଅବସରରେ ଆଜି  ବାରିପଦା ଷ୍ଟେସନ ବଜାର ସ୍ଥିତ ବିବାହ ମଣ୍ଡପ ଠାରେ ସଂଗଠନ ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଙ୍କର ନେତୃତ୍ଵରେ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ବସି ନିମ୍ନଲିଖିତ ସିଦ୍ଧାନ୍ତ ମାନ ଗ୍ରହଣ କରିଥିଲେ ।
ସରକାରୀ ଅର୍ଥରେ ହେଉଥିବା କାର୍ଯ୍ୟରେ କୌଣସି ବେନିୟମ ଅଥବା ନିମ୍ନମାନର ହେଉଥିବା କାର୍ଯ୍ୟକୁ ସଂମ୍ପୂର୍ଣ୍ଣ ବିରୋଧ କରାଯିବ, ଜିଲ୍ଲାର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା “C” ଓ “D” ଶ୍ରେଣୀ ଲାଇସେନ୍ସ ଧାରୀ ମାନେ ବର୍ଷକୁ ଅତିକମରେ ତିନୋଟି “F2” କାର୍ଯ୍ୟ ପାଇବା ଦରକାର, ଜିଲା ଯେ କୋଣସି ଉପଖଣ୍ଡ ର “C” ଓ “D” ଶ୍ରେଣୀ ଲାଇସେନ୍ସ ଧାରୀ ଠିକାଦାର ମାନେ ନିଜ ଉପଖଣ୍ଡ ଛଡା ଅନ୍ୟ ଉପଖଣ୍ଡରେ  ସେହି ଶ୍ରେଣୀ ନିମନ୍ତେ ମୂଲ୍ୟାଙ୍କନ କାର୍ଯ୍ୟ କରିପାରିବେ ନାହିଁ, ସିଦ୍ଧାନ୍ତ ହୋଇଥିବା ଧାର୍ଯ୍ଯ ମୂଲ୍ୟ ଠାରୁ କମ ମୂଲ୍ୟାଙ୍କନ କରି କେହି ଠିକାଦାର  ଟେଣ୍ଡର ନ ପକାଇବାକୁ ସମସ୍ତ ଜିଲ୍ଲା ଠିକାଦାର ମାନଙ୍କୁ ଅନୁରୋଧ କରାଯିବ,   ଜିଲ୍ଲାରେ ବହୁ ବେକାର ଠିକାଦାରମାନେ କାର୍ଯ୍ୟ ଆଶାରେ ଅଛନ୍ତି ତେଣୁ ଅନ୍ୟ ଜିଲ୍ଲାର ଠିକାଦାରମାନଙ୍କୁ କୌଣସି କାର୍ଯ୍ୟରେ ନ ପଶିବାକୁ ଅନୁରୋଧ କରାଯିବ,  ଜିଲ୍ଲାର ହାତଗଣତି ବଡ଼ ବଡ଼ ଠିକାଦାର ମାନେ ଯେଉଭଳି ଭାବେ ନିଜ ପାଖରେ ସବୁ ଶ୍ରେଣୀର ଲାଇସେନ୍ସ ରଖି ଅଫିସର ମାନଙ୍କୁ କରାଗ୍ରତ କରି ୧୦ ହଜାର ରୁ ଆରମ୍ଭ କରି ୧୦/୨୦ କୋଟି  ରୁ ଉର୍ଦ୍ଧ୍ବ ମୂଲ୍ୟର କାର୍ଯ୍ୟ କରୁଛନ୍ତି ସେସବୁ ସଂମ୍ପୂର୍ଣ୍ଣ ବନ୍ଦ କରାଯିବ,  ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜିଲ୍ଲା ଭିତର କିମ୍ବା ଜିଲ୍ଲା ବାହାର ଠିକାଦାର ମାନଙ୍କ ଦ୍ଵାରା ହେଉଥିବା ବଡ଼ ବଡ଼ ଉନ୍ନତିମୂଳକ କାର୍ଯ୍ୟ ଶୈଳୀ କୁ ସଂମ୍ପୂର୍ଣ୍ଣ ଅନୁଧ୍ୟାନ କରିବା ସହିତ ବ୍ୟାପକ ଭାବେ ହେଉଥିବା ନିମ୍ନମାନର କାର୍ଯ୍ୟ କରୁଥିବା ଠିକାଦାର ଓ କାର୍ଯ୍ୟ  ବାବଦରେ ବିଭାଗ କୁ ଫଟୋ ଓ ଭିଡିଓ ଦେଇ ଅବଗତ କରି ଉକ୍ତ କାର୍ଯ୍ୟରେ ସୁଧାର ଅଣାଯିବ, ପ୍ରତ୍ୟେକ ବ୍ଲକ ଅଞ୍ଚଳରେ ଅବହେଳିତ ଅବସ୍ଥାରେ ପଡିରହିଥିବା   “C” ଓ “D” ଡିଗ୍ରୀ ଧାରୀ ଠିକାଦାର ମାନଙ୍କୁ ସମାନ ଅଧିକାର ପ୍ରଦାନ କରିବାକୁ ବ୍ଲକ ପ୍ରଶାସନ ପାଖରେ ଦୃଢ଼ ଚାପ ପ୍ରୟୋଗ କରାଯିବ, ଜିଲ୍ଲାରେ ଡିଗ୍ରୀ ଓ ଡିପ୍ଲୋମା ଲାଇସେନ୍ସ ଧାରୀ କୌଣସି କାମଧନ୍ଦା ନପାଇ ବେକାର ରହୁଥିବା ଯୁବ ଠିକାଦାର ମାନଙ୍କୁ ସରକାରୀ ନିୟମ ଅନୁଯାୟୀ କାର୍ଯ୍ୟ ପ୍ରଦାନ କରିବାକୁ ସରକାରୀ ବିଭାଗ ଉପରେ ଚାପ ପ୍ରୟୋଗ କରାଯିବ ଏବଂ ତାଙ୍କର ହକ ତାଙ୍କୁ ପ୍ରଦାନ କରାଯିବ, ନିମ୍ନମାନର କାର୍ଯ୍ୟ କରୁଥିବା ଠିକାଦାର ମାନଙ୍କୁ ଅହେତୁକ ଅନୁକମ୍ପା ଦେଖାଉଥିବା ସରକାରୀ ଅଧିକାରୀଙ୍କ ବାବଦରେ ବାରମ୍ବାର ସରକାର ଙ୍କୁ ଅବଗତ କରାଯିବ ସହିତ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ବସ୍ତୁ କୁ ନେଇ ଆଲୋଚନା ହୋଇଥିଲା |
                ଜିଲ୍ଲା ତମାମ ଏହି ଅଭିଯାନକୁ ଆଗକୁ ନେବା ପାଇଁ ଏକ ଜିଲ୍ଲାସ୍ତରୀୟ ସଂଯୋଜନା କମିଟି ଗଠନ କରାଯାଇଛି  | ଉକ୍ତ କମିଟିର ସଭ୍ୟ ଭାବେ ଶୁଭେନ୍ଦୁ ସାହୁ, ମୀନକେତନ ବେହେରା, ଟୁଟୁ ଗିରି, ପ୍ରଭାସ ମହାନ୍ତ,ସପନ ପଣ୍ଡା,ସୁଜିତ୍ ପ୍ରଧାନ, କିଶୋର ପଳେଇ, ଦିବ୍ୟକାନ୍ତ ଖୁଣ୍ଟିଆ,ଶ୍ରବଣ ଗୋପ, କପିଲ ଖଣ୍ଡେଲୱାଲ୍,ଅଞ୍ଜନ ବରାଳ,ଦାକ୍ଷିଣା ମହାନ୍ତ, କୁମୁଦ ମିଶ୍ର, ଶମ୍ଭୁନାଥ ମହାକୁଡ, ରାକେଶ ମହାନ୍ତି,ଯୋଗେଶ୍ୱର ପାଲବାବୁ, ଦୀପକ ସୁର, ଦଇପାନ ବେହେରା,ବନୁ ମହାନ୍ତି,ଏସ୍. କେ. ରାଜାଖାନ,ଯାଦବ ସେଠୀ, ଜୟନ୍ତ କୁମାର ବେହେରା ପ୍ରମୁଖ ମନୋନୀତ ହୋଇଛନ୍ତି |
             ଆଜିକାର କାର୍ଯ୍ୟକ୍ରମ ରେ ସଂଗଠନ ପକ୍ଷରୁ ଅତିରିକ୍ତ ଅଧ୍ୟକ୍ଷ ଅଞ୍ଜନ ବରାଳ, ଉପାଧ୍ୟକ୍ଷ ଦାକ୍ଷିଣା ମହାନ୍ତ, ଜିଲ୍ଲା ସଭାପତି ପିଣ୍ଟୁ ମାଇତି,  ଆବାହକ ରାକେଶ ବେହେରା, ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା, ଜିଲ୍ଲା କର୍ଯ୍ୟକାରୀ ସଭାପତି ଇଂ ରମଜାନ ବେଗ, ବାରିପଦା ସହର ସଭାପତି ରାକେଶ ମହାନ୍ତି, ଜିଲ୍ଲା ମୁଖପାତ୍ର ଜ୍ଯୋତିରଞ୍ଜନ ପୃଷ୍ଟି, ଜିଲ୍ଲା ଯୁବଶାଖା ସଭାପତି ଏସ୍. କେ. ରାଜାଖାନ,ପାଞ୍ଚପୀଢ଼ ଉପଖଣ୍ଡ ସଭାପତି ମାଇକେଲ ମହାନ୍ତ, ବାମନଘାଟି ଉପଖଣ୍ଡ ସଭାପତି ସୁନ୍ଦର ମୋହନ ଟୁଡୁ, ସାଫଲ୍ୟ ମିଶ୍ର, ଅଭିଷେକ ମୋହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ .