ବାରିପଦା : ସ୍ଥାନୀୟ ତକତପୁର ସ୍ଥିତ ପାତାଳେଶ୍ୱର ମହାଦେବ ପରିସରରେ ୩୯ ତମ ମହାଶିବରାତ୍ରି ଅବସରରେ ଜାଗର ଉତ୍ସବ ପାଳିତ ହୋଇଯାଇଛି । ସ୍ଥାନୀୟ ଅଂଚଳ ସମେତ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ସହସ୍ରାଧିକ ଭକ୍ତ ଜାଗର ଦୀପ ଜାଳି ନିଜ ପରିବାର ପାଇଁ ଶୁଭ ମନାସି ଥିଲେ । ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ଦିନବେଳେ ବାବାଙ୍କ ନିକଟରେ ପୂଜା ଅର୍ଚ୍ଚନା କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ଗଣିତ କଷା, ମ୍ୟୁଜିକ ଚେୟାର, ନୃତ୍ୟ, ସଂଗୀତ ତଥା ମା ମାଉସୀଙ୍କ ମଧ୍ୟରେ ଶଙ୍ଖଫୁଙ୍କା ପ୍ରତିଯୋଗିତା କରାଯାଇ ସନ୍ଧ୍ୟାରେ ଅତିଥିଙ୍କ ହାତରେ ପୁରସ୍କୃତ କରାଯାଇଥିଲା । ସନ୍ଧ୍ୟାରେ ଭଜନ କୀର୍ତ୍ତନ ପରେ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ମନ୍ଦିର ପରିଚାଳନା କମିଟିର ସଭାପତି ସୋମନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସାମ୍ବାଦିକ କବି ବିଷ୍ଣୁ ଶତପଥି ଓ ପି ଆର ଏମ ମେଡିକାଲ କଲେଜର ସହ ପ୍ରାଧ୍ୟାପିକା ଡଃ ସୁମିତ୍ରା ସୋରେନ ପ୍ରମୁଖ ଯୋଗ ଦେଇ ପୁରସ୍କାର ବିତରଣ କରିବା ସହ ସମସ୍ତଙ୍କର ଶୁଭ ମନାସି ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୂଜକ ଶ୍ରୀନିବାସ ପ୍ରସାଦ, ସାଧାରଣ ସମ୍ପାଦକ ବଳରାମ ନାଥ, ଉପ ସଭାପତି ଡଃ ନିରୋଜ କୁମାର ପୋଥାଳ ଓ ସୁଜିତ କୁମାର ସାହୁ, କାର୍ଯ୍ୟାଳୟ ସମ୍ପାଦକ ଗଦାଧର ଭଦ୍ର, କୋଷାଧ୍ୟକ୍ଷ ସୁସ୍ମିତା ପ୍ରସାଦ, ସହ କୋଷାଧ୍ୟକ୍ଷ ଅମ୍ବିକା ମହାନ୍ତ, ମହିଳା ସମ୍ପାଦିକା ଛବିରାଣୀ ଧଳ ତଥା ଡଃ ଅସୀମ କୁମାର ଚକ୍ରବର୍ତ୍ତୀ, ଚିତ୍ତରଞ୍ଜନ ସ୍ୱାଇଁ, ଅଟଳ କୁମାର ମହାନ୍ତ, ସଂଯୁକ୍ତା ରାଣୀ ସୁର ତଥା ସାମ୍ବାଦିକ ସୁକାନ୍ତ ଜୀଉ, ଗୌର ଦାସ ଗିରି, ଅଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଦୀପ ଜାଳୁଥିବା ଭକ୍ତ ମାନଙ୍କୁ ଆଧ୍ୟାତ୍ମିକ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ଉପହାର ପ୍ରଦାନ କରାଯାଇଥିଲା I ଭୋରରେ ମହାଦୀପ ଉଠିବା ପରେ ସମସ୍ତଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା I ବାରିପଦା ମହାବିଦ୍ୟାଳୟର ରେଡକ୍ରସ ଛାତ୍ରଛାତ୍ରୀ ମାନେ ଶାନ୍ତିଶୃଙ୍ଖଳା ରକ୍ଷା କରିବାରେ ସହଯୋଗ କରିଥିଲେ ।
